ED Raid: ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ

Jun 13, 2026 - 17:50
ED Raid: ଗଣ ଇସ୍ତଫା ଆହ୍ବାନ ଦେବାପରେ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବାସଭବନରେ ଇଡି ଚଢ଼ଉ

"କୋଲକାତା: ପଶ୍ଚିମବଙ୍ଗରେ ଏବେ ରାଜନୈତିକ ତାତି ପ୍ରବଳ ବେଗରେ ବଢ଼ିଯାଇଛି।

ତୃଣମୂଳ କଂଗ୍ରେସର ନେତାମାନେ ଏବେ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ ଠାରୁ ଆରମ୍ଭ କରି ସିଆଇଡି ତଦନ୍ତ ସାମ୍ନା କରୁଛନ୍ତି।

କିଛି‌ ନେତା ମଧ୍ୟ ବିଭିନ୍ନ ମାମଲାରେ ଗିରଫ ହୋଇଛନ୍ତି ଏବଂ କିଛି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କଠାରୁ ଅଣ୍ଡାମାଡ଼ ଏବଂ ଗୋବର ମାଡ଼ କରାଯାଉଛି।Advertisment ବିଜେପି ଅପମାନର ଏକମାତ୍ର ଉତ୍ତର ହେଉଛି ଇସ୍ତଫା ଏହାରି ଭିତରେ ଆଜି ପଶ୍ଚିମବଙ୍ଗ ପୌରପାଳିକାରେ ଚାକିରି ପାଇଁ ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ରାଙ୍କର ୨ଟି ବାସଭବନ ଏବଂ କୋଲକାତାର ବିଭିନ୍ନ ଠିକଣା‌ରେ ଆଜି ଇଡି ଚଢ଼ଉ କରିଛି।

ଉଲ୍ଲେଖଯୋଗ୍ୟ ମିତ୍ରା ଦିନକ ପୂର୍ବରୁ ଅଭିଯୋଗ କରିଥିଲେ ଯେ କମରହାଟି ପୌରାଧ୍ୟକ୍ଷ ଗୋପାଳ ସାହ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଛନ୍ତି।

ଏହି ଘଟଣାର ବିରୋଧ କରି ମିତ୍ରା ଦଳର ସମସ୍ତ କାଉନସିଲରଙ୍କୁ ଇସ୍ତଫା ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେ କହିଥିଲେ ଯେ ସମସ୍ତ ଆବଶ୍ୟକୀୟ ପୌର ସେବା ଗୁଡ଼ିକୁ ବନ୍ଦ କରାଯିବାପରେ ପୌରାଧ୍ୟକ୍ଷଙ୍କ ନିକଟରେ ପଦରୁ ଇସ୍ତଫା ଦେବା ଛଡ଼ା ଅନ୍ୟ କିଛି ବାଟ ନାହିଁ।

ଏହାକୁ ବିରୋଧ କରିବାପାଇଁ ସମସ୍ତ କାଉନସିଲର ଏବଂ ତୃଣମୂଳ ସମର୍ଥକଙ୍କୁ ସେ ଏଥିରେ ଯୋଗ ଦେବାପାଇଁ କହିଥିଲେ।

ସେ କହିଥିଲେ ବିଜେପି ଅପମାନର ଏକମାତ୍ର ଉତ୍ତର ହେଉଛି ଇସ୍ତଫା।

ତେବେ ପରବର୍ତ୍ତୀ ନିର୍ବାଚନରେ ସେ ପୁଣିଥରେ ପ୍ରତିଟି ୱାର୍ଡରେ ଟିଏମ୍‌ସି ପତାକା ଉଡ଼ାଇବେ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ।

ଉଲ୍ଲେଖଯୋଗ୍ୟ ଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ରହି ଆସିଥିବା ତୃଣମୂଳ ଏବେ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି।

U.S.

Restricts Mythos 5: ମିଥୋସ୍‌ ୫ ଉପରେ ଆମେରିକାର କଟକଣା ଅନ୍ୟ ଦେଶ ବ୍ୟବହାର କରିପାରିବେନି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।