G7 Summit: ଫ୍ରାନ୍ସ, ସ୍ଲୋଭାକିଆ ଗସ୍ତରେ ମୋଦୀ, ଜି-୭ ସମ୍ମିଳନୀରେ ଯୋଗ ଦେବେ

Jun 13, 2026 - 17:50
G7 Summit: ଫ୍ରାନ୍ସ, ସ୍ଲୋଭାକିଆ ଗସ୍ତରେ ମୋଦୀ, ଜି-୭ ସମ୍ମିଳନୀରେ ଯୋଗ ଦେବେ

"ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପ୍ତାହବ୍ୟାପୀ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି।

ଏହି ଗସ୍ତ ଅବସରରେ ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବେ ଏବଂ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ବିଶ୍ବ ନେତାମାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ।

ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ପାଇଁ ଆଜି ଦେଶରୁ ଉଡ଼ାଣ କରିବା ସମୟରେ ମୋଦୀ କହିଥିଲେ, ଫ୍ରାନ୍ସ ଭାରତର ରଣନୀତିକ ଦୃଷ୍ଟିକୋଣରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି।

ଚଳିତ ବର୍ଷ ଆରମ୍ଭରେ ରାଷ୍ଟ୍ରପତି ମାକ୍ରନ ଭାରତ ଗସ୍ତ କରିଥିଲେ ଏବଂ ଏକ ସ୍ବତନ୍ତ୍ର ବୈଶ୍ବିକ ରଣନୀତିକ ସହଭାଗିତା ଦିଗରେ ଆମେ ଆମ ସମ୍ପର୍କକୁ ଅଧିକୁ ସୁଦୃଢ଼ କରିଛୁ।

ରାଷ୍ଟ୍ରପତି ମାକ୍ରନଙ୍କୁ ମୁଁ ନିସରେ ଭେଟିବା ସମୟରେ ଆମେ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ପ୍ରଗତିକୁ ସମୀକ୍ଷା କରିବୁ ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ସହଯୋଗ କ୍ଷେତ୍ରରେ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିବୁ ବୋଲି ମୋଦୀ କହିଛନ୍ତି ।Advertisment ପିଓକେରେ ବ୍ୟାପକ ବିଦ୍ରୋହ: ସେନା ସହ ସଂଘର୍ଷରେ ୫୩ ମୃତ  ତେବେ ୧୯୯୩ରେ ସ୍ଲୋଭାକିଆକୁ ସ୍ବାଧୀନତା ମିଳିବାପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ରାଷ୍ଟ୍ରକୁ ଗସ୍ତ କରୁଛନ୍ତି। ‌ମୋଦୀ କହିଛନ୍ତି, ସେ ସ୍ଲୋଭାକ ରାଷ୍ଟ୍ରପତି ପିଟର ପେଲ୍ଲେଗ୍ରୀନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ବ୍ରତିସଲାବାରେ ଭେଟିବେ।

ଫ୍ରାନ୍ସର ଇବିୟାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ଅଂଶଗ୍ରହଣ ସଂକ୍ରାନ୍ତରେ ମୋଦୀ କହିଛନ୍ତି, ଭାରତ ଉପରେ ଏହାର ସହଯୋଗୀମାନେ ଦେଖାଇଥିବା ବିଶ୍ବାସର ଏହା ପ୍ରତିଫଳନ।

ଉଲ୍ଲେଖଯୋଗ୍ୟ ଯେ ଲଗାତାର ଅଷ୍ଟମ ଜି-୭ ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।