Horoscope 2026 June 13: ଜାଣନ୍ତୁ ଆଜିର ରାଶିଫଳ...

Jun 13, 2026 - 05:49
Horoscope 2026 June 13: ଜାଣନ୍ତୁ ଆଜିର ରାଶିଫଳ...

"୧୩ ଜୁନ୍ ୨୦୨୬, ‌ଶନିବାର।

ତିଥି: ଜ୍ୟେଷ୍ଠ (ମଳ) କୃଷ୍ଣ ତ୍ରୟୋଦଶୀ।

ନକ୍ଷତ୍ର: କୃତ୍ତିକା।

ଚନ୍ଦ୍ର: ମେଷ।

ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା, ସଜବାଜ, ପଠାଣି ସାମନ୍ତଙ୍କ ଶ୍ରାଦ୍ଧ।

ସୂର୍ଯ୍ୟୋଦୟ: ୫ଟା୧୧, ସୂର୍ଯ୍ୟାସ୍ତ: ୬ଟା୨୨।

ଘାତଚନ୍ଦ୍ର: ମେଷ।

ଘାତବାର: ବୃଷ, ସିଂହ ଓ କନ୍ୟା।

ଶୁଭବେଳା: ଦିବା ୧୦ଟା୭ରୁ ୧୨ଟା୧୩, ଦିବା ୩ଟା୪ରୁ ୩ଟା୪୪, ରାତ୍ରି ୭ଟା୪୩ରୁ ୭ଟା୪୮, ରାତ୍ରି ୧୧ଟା୨୫ରୁ ୧ଟା୩୪, ରାତ୍ରି ୩ଟା୧ରୁ ୩ଟା୫୦ ପର୍ଯ୍ୟନ୍ତ।Advertisment ମେଷ: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

ଅନ୍ୟମାନଙ୍କ ସହ କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।

ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।

ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗକୁ ଢ଼ଳି ରହିବ।

କୌଣସି ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ।

ଭଲ ଉଦ୍ୟୋଗରେ ସାକ୍ଷାତ୍‌କାର ପାଇଁ ଖବର ଆସିବ।

ପ୍ରେମ ଜୀବନ ଭଲ ରହିବ। ‌  ମିଥୁନ: ଅଫିସରେ ଅଧିକ ସମୟ କାମ କରନ୍ତୁ ଅଧୁରା କାମ ପୂରା ହୋଇଯିବ।

ଦାମ୍ପତ୍ୟ ଜୀବନରେ ମିଷ୍ଟତା ରହିବ।

ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଶିକ୍ଷାର୍ଥୀ କୌଣସି ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ।‌  କର୍କଟ: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ନୂଆ ବିଚାର ଆସିବ।

ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

ସିଂହ: ନୂଆ ଲୋକଙ୍କ ସହ ବନ୍ଧୁତା ହେବ।

ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ।

ଚାକିରି ଖୋଜୁଥିବା ଯୁବକଙ୍କୁ ଶୁଭ ଖବର ମିଳିବ।

କନ୍ୟା: ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ ଆର୍ଥିକ ସ୍ଥିତି ସୁଧିରିବ।

ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ।

ଜମିରେ ନିବେଶ ଲାଗି ଭଲ ଦିନଟିଏ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌  ତୁଳା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ।

ବ୍ୟବସାୟରେ ବଡ଼ ଡିଲ୍ କରିପାରନ୍ତି।

ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଅଚାନକ କୌଣସି ବନ୍ଧୁ ଘରକୁ ଆସିବେ।

ଆହୁରି ପଢ଼ନ୍ତୁ- Cricket: ନ୍ୟୁଜିଲାଣ୍ଡ କ୍ରିକେଟ୍‌ରେ ଏକ ଯୁଗର ଅନ୍ତ!

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଲେ ଏହି ମହାନ ଖେଳାଳି ବିଛା: ଆପଣଙ୍କର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ।

ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ।

ଅଚାନକ ଧନଲାଭ ହେବ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଧନୁ: ଧର୍ମକାର୍ଯ୍ୟରେ ଆପଣଙ୍କର ବିଶ୍ବାସ ବଢ଼ିବ।

ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମକର: ଅଫିସରେ ଅଧିକ କାମ କରିବା ଯୋଗୁଁ ଘରେ ବିଳମ୍ବରେ ପହଞ୍ଚିବେ।

କୌଣସି ଖୁସି ଖବର ପାଇବେ।

ବନ୍ଧୁ ସହ ବାହାରକୁ ବୁଲିଯିବାର ଯୋଜନା କରିବେ।

ଆପଣଙ୍କୁ ଉପାର୍ଜନର ସୁଯୋଗ ମିଳିବ।

କୁମ୍ଭ: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ।

ନୂଆ ଉତ୍ସରୁ ଧନଲାଭ ହେବ।

ଚାକିରିଜୀବୀ ମନ ଚାହୁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।

ବାହନ କିଣିବା ଲାଗି ଦିନଟି ଶୁଭ।

ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ମୀନ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ।

ବ୍ୟବସାୟରେ ଉନ୍ନତି ନୂଆ ମାର୍ଗ ଖୋଲିବ।

ବିବାହିତ ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।