Shocking School Violence: ପବ୍ଲିକ୍ ହାଇସ୍କୁଲରେ ଦଶମ ଛାତ୍ରଙ୍କୁ ସହପାଠୀଙ୍କ ଛୁରାମାଡ଼, ଖେଳ ଛୁଟିରେ ଘଟିଲା ଅଘଟଣ
ସ୍କୁଲ ପରିସରରେ ଛାତ୍ରକୁ ଛୁରାମାଡ଼।
ଖେଳ ଛୁଟି ସମୟରେ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଛୁରିରେ ଆକ୍ରମଣ କରିଛନ୍ତି।
ବାଲେଶ୍ୱର ଷ୍ଟେସନ୍ ଛକସ୍ଥିତ ପବ୍ଲିକ୍ ହାଇସ୍କୁଲରେ ଘଟିଛି ଏଭଳି ଅଘଟଣ।
ଆକ୍ରମଣରେ ଛାତ୍ରଙ୍କ ବେକରେ ଆଘାତ ଲାଗିଛି।
ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ କେଉଁ କାରଣରୁ ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଛୁରାମାଡ଼ କଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ସ୍କୁଲ ପରିସରରେ ଏଭଳି ହିଂସାକାଣ୍ଡକୁ ନେଇ ଚିନ୍ତା ପ୍ରକାଶ ପାଇଛି।
Advertisment ସ୍କୁଲରେ ଛାତ୍ରକୁ ଛାତ୍ରର ଛୁରାମାଡ଼ ଦଶମ ଛାତ୍ରକୁ ଆଉ ଜଣେ ଛାତ୍ରର ଛୁରାମାଡ଼ ବାଲେଶ୍ବର ଷ୍ଟେସନ୍ ଛକ ପବ୍ଲିକ୍ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼ ଖେଳ ଛୁଟି ବେଳେ ଛୁରାମାଡ଼, ବେକରେ ଲାଗିଛି ଆଘାତ ଛାତ୍ର ଜଣଙ୍କ ମେଡିକାଲରେ ଭର୍ତ୍ତି, କାହିଁକି ଛୁରି ମାରିଲେ ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
