Indian Banks Face Cash Crunch: ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦ ଟଙ୍କାର ଅଭାବ, RBIର ନେଲା ବଡ଼ ପଦକ୍ଷେପ
ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ଦେଖାଦେଲା ନଗଦ ଟଙ୍କାର ଅଭାବ।
ପ୍ରାୟ ୫ ମାସ ପରେ ପ୍ରଥମ ଥର ପାଇଁ ବ୍ୟାଙ୍କଗୁଡ଼ିକରେ ଟଙ୍କାର ଅଭାବୀ ସ୍ଥିତି ସୃଷ୍ଟି ହୋଇଛି।
ଟିକସ ଦେୟ ଓ ଲୋକଙ୍କ ଅଧିକ ନଗଦ ଉଠାଣ ଯୋଗୁଁ ବ୍ୟାଙ୍କରେ ଉପଲବ୍ଧ ଟଙ୍କା କମିଥିବା ରିପୋର୍ଟ କରିଛି ବ୍ଲୁମବର୍ଗ।
Advertisment ଏହି ସ୍ଥିତିକୁ ସମ୍ଭାଳିବା ପାଇଁ ମଇଦାନକୁ ଓହ୍ଲାଇଛି ରିଜର୍ଭ ବ୍ୟାଙ୍କ।
ନଭେମ୍ବର ୨୧ ସୁଦ୍ଧା ବ୍ୟାଙ୍କଗୁଡ଼ିକୁ ୧୨ ହଜାର ୮୨୫ କୋଟି ଟଙ୍କା ଯୋଗାଇଥିଲା RBI।
ଏହାସହ ସୋମବାର ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଂ ବ୍ୟବସ୍ଥାକୁ ଯୋଗାଇ ଦେଇଛି।
ଟିକସ ଦେବା ସମୟରେ ଲୋକ ଓ କମ୍ପାନୀଙ୍କ ଟଙ୍କା ବ୍ୟାଙ୍କରୁ ସରକାରଙ୍କ ଖାତାକୁ ଯାଉଛି।
ଅନ୍ୟପଟେ ଲୋକେ ଅଧିକ ନଗଦ ଟଙ୍କା ଉଠାଉଥିବାରୁ ବ୍ୟାଙ୍କରେ ଟଙ୍କାର ଉପଲବ୍ଧତା କମୁଛି।
ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ପରସ୍ପରଠାରୁ ଅଳ୍ପ ସମୟ ପାଇଁ ଟଙ୍କା ଧାର ନେବାରେ ଅଧିକ ସୁଧ ଦେଉଛନ୍ତି।
Advertisment ତେବେ ଏହି ନଗଦ ସଙ୍କଟ ଯୋଗୁଁ ବ୍ୟାଙ୍କର ଦୈନନ୍ଦିନ କାରବାର ଓ ଋଣ ପ୍ରଦାନ ଉପରେ ଚାପ ପଡ଼ିପାରେ।
ତେଣୁ ବ୍ୟାଙ୍କଗୁଡ଼ିକର ତତ୍କାଳୀନ ଟଙ୍କା ଆବଶ୍ୟକତା ପୂରଣ କରି ବଜାରରେ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ RBI ଏହି ପଦକ୍ଷେପ ନେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
