Shocking Double Murder: ଦୁଇ ଭାଇଙ୍କ ନାରକୀୟ କାଣ୍ଡ, ଦୁଇ ପତ୍ନୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଲେ
ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ରାଗିଗଲେ ଦୁଇ ଭାଇ।
ରାଗ ଏତେ ବଢ଼ିଗଲା ଯେ ନିଜ ନିଜ ପତ୍ନୀଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ।
ହତ୍ୟା ପରେ ମୃତଦେହକୁ ଆମ୍ବୁଲାନ୍ସରେ ନେଇ ପଡ଼ୋଶୀ ଜିଲ୍ଲାର ଜଙ୍ଗଲରେ ପୋତିଦେଲେ।
ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରୁ ଆସିଥିବା ଏହି ଛାତିଥରା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
Advertisment ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଦୁଇ ଭାଇ ହେଉଛନ୍ତି ଶିବ ଶଙ୍କର ସାହୁ ଏବଂ ନବୀନ ସାହୁ।
ଶିବ ଶଙ୍କର ଜଣେ ଆମ୍ବୁଲାନ୍ସ ଡ୍ରାଇଭର।
ତାଙ୍କ ପତ୍ନୀ ମିନି ପ୍ରିୟାଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ନବୀନଙ୍କ ପତ୍ନୀ ରାଧିକା କୁମାରୀଙ୍କ ବୟସ ମାତ୍ର ୨୦ ବର୍ଷ।
ଦୁଇ ଯାଆଙ୍କ ମଧ୍ୟରେ ଦୀର୍ଘଦିନ ଧରି ଝଗଡ଼ା ଲାଗି ରହିଥିଲା।
ଏହାକୁ ନେଇ ଦୁଇ ଭାଇ ଅସନ୍ତୁଷ୍ଟ ଥିଲେ।
ତେବେ ହତ୍ୟାର ମାତ୍ର ଦୁଇ ଦିନ ପୂର୍ବରୁ ଦୁଇ ମହିଳାଙ୍କ ମଧ୍ୟରେ ମତଭେଦ ଦୂର ହୋଇଥିଲା ଏବଂ ସେମାନେ ପୁଣି ମିଳାମିଶା କରିଥିଲେ।
ହେଲେ ଏହା ସତ୍ତ୍ୱେ ସୋମବାର ଦୁଇ ଭାଇ ନିଜ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି।
Advertisment ଆମ୍ବୁଲାନ୍ସରେ ନେଇ ଜଙ୍ଗଲରେ ପୋତିଦେଲେ ହତ୍ୟା ପରେ ଶିବ ଶଙ୍କର ନିଜ ଆମ୍ବୁଲାନ୍ସରେ ଦୁଇଟି ମୃତଦେହକୁ ପଡ଼ୋଶୀ ସିମଡେଗା ଜିଲ୍ଲାର ଏକ ଜଙ୍ଗଲକୁ ନେଇଥିଲେ।
ସେଠାରେ ଦୁଇଟି ମୃତଦେହକୁ ପୋତିଦେଇଥିଲେ।
ଅନ୍ୟପଟେ ମଙ୍ଗଳବାର ପୋଲିସକୁ ଦୁଇ ଭାଇ କହିଥିଲେ ଯେ ସେମାନଙ୍କ ପତ୍ନୀ କାହାକୁ କିଛି ନଜଣାଇ ଘର ଛାଡ଼ି ଚାଲିଯାଇଛନ୍ତି।
କିନ୍ତୁ ପୋଲିସର ଲଗାତାର ପଚରାଉଚରା ପରେ ଦୁଇ ଭାଇ ଅପରାଧ ସ୍ୱୀକାର କରିଥିବା ଗୁମଲା ଏସପି ହରିସ ବିନ୍ ଜମା କହିଛନ୍ତି।
ଏହାପରେ ପୋଲିସ ଜଙ୍ଗଲରୁ ମୃତଦେହ ଦୁଇଟିକୁ ଉଦ୍ଧାର କରି ମାଟି ତଳୁ ବାହାର କରିଥିଲା।
ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ମାମଲାରେ ବାପା-ମାଆ ମଧ୍ୟ ଗିରଫ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ି ଏବଂ ମୃତଦେହ ନେବାରେ ବ୍ୟବହୃତ ଆମ୍ବୁଲାନ୍ସକୁ ପୋଲିସ ଜବତ କରିଛି।
ଏହା ସହ ଅଭିଯୁକ୍ତ ଦୁଇ ଭାଇଙ୍କ ବାପା ସମେଶ୍ୱର ସାହୁ ଏବଂ ମାଆ ତିଲେଶ୍ୱରୀ ଦେବୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୋଲିସ କହିଛି, ସୋମବାର ସକାଳ ପ୍ରାୟ ୯ଟାରେ ମୃତ ମହିଳାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲା।
ସେତେବେଳେ ସବୁକିଛି ସ୍ୱାଭାବିକ ଥିବା ଜଣାପଡ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
