Shiv Sena: ପାଲଘର ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ

Sep 06, 2026 - 17:56
Shiv Sena: ପାଲଘର ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କୁ ଶିବସେନା କର୍ମୀଙ୍କ ଆକ୍ରମଣ

"ମୁମ୍ବାଇ: ଦହିହାଣ୍ଡି କାର୍ଯ୍ୟକ୍ରମରେ ଆହତ ହୋଇଥିବା ପାଞ୍ଚ ଜଣଙ୍କୁ ଡିସଚାର୍ଜ କରିବା ନେଇ ବିବାଦ ପରେ ଶନିବାର ବିଳମ୍ବିତ ରାତିରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନା କର୍ମୀମାନେ ପାଲଘରର ଏକ ଘରୋଇହସ୍ପିଟାଲଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିବରଣୀ ସମ୍ବନ୍ଧରେ ଅବଗତ ଲୋକଙ୍କ ଅନୁସାରେ, ହସ୍ପିଟାଲ କର୍ମଚାରୀ ଓ ଶିବସେନା କର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ପୁଲିସ ଏତଲା ରୁଜୁ କରି ବିସ୍ତୃତତଦନ୍ତକରୁଛି।

ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

ଏହି ଘଟଣାଟି ରିଲିଫ୍ ହସ୍ପିଟାଲରେ ଘଟିଥିବା ଜଣାପଡ଼ିଛି।Advertisment ଆହୁରି ପଢନ୍ତୁ :Narendra modi: ଏସ୍ଆର୍‌ସିସିରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ବିରୋଧୀଙ୍କ ତୀବ୍ର ସମାଲୋଚନା ହସ୍ପିଟାଲର ମାଲିକ ଡାକ୍ତର ବିଶାଲ କୋଡଗିରକର ଅଭିଯୋଗ କରିଛନ୍ତି ଯେ, ଶିବସେନା ସମସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ରିହାତି ଦାବି କରିଥିଲେ, ଯେଉଁଥିରେ ଏମ୍‌ଆର୍‌ଆଇ ଓ ସିଟି ସ୍କାନ ଅନ୍ତର୍ଭୁକ୍ତ ଥିଲା।

ଆମେ ସେମାନଙ୍କୁ ୨୦% ରିହାତି ଦେଇଥିଲୁ କିନ୍ତୁ ସେମାନେ କମ୍ ଦେବାକୁ ଚାହୁଁଥିଲେ।

ଆକ୍ରମଣ ପରେ ଏବେ ମୋର କର୍ମଚାରୀମାନେ ଭୟଭୀତ ହୋଇ ଘରେ ବସିଛନ୍ତି।

ଶିବସେନା ଗୋଷ୍ଠୀ ଓ ଗୋବିନ୍ଦା ଦଳ ଆଇସିୟୁ ଭିତରକୁ ଜୋରଜବରଦସ୍ତ ପଶି ଯାଇଥିଲେ।

ଡାକ୍ତର ଆହୁରି ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ସହକର୍ମୀଙ୍କୁ ସେମାନେ ଦୁର୍ବ୍ୟବହାର କରିଥିଲେ।

ଆହୁରି ପଢନ୍ତୁ :Delhi: ଦିଲ୍ଲୀରେ ବଡ଼ ଅଘଟଣ: ୫ ମହଲା ପିଜି କୋଠା ଭୁଶୁଡ଼ି ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା, ଉଦ୍ଧାର ୭ଜଣରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ଓ ମୁମ୍ବାଇରେ ମୋର ଆଇନଗତ ଦଳ ସହିତ ସମ୍ପର୍କରେ ଅଛି ବୋଲି କହିଥିଲେ।

ହସ୍ପିଟାଲର ବିଲିଂ ବିଭାଗର କର୍ମଚାରୀମାନେ ମାଲିକଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।

କର୍ମଚାରୀ ଜଣକ କହିଛନ୍ତି, ସେନା ପାଲଘର ଜିଲ୍ଲା ମୁଖ୍ୟ କୁନ୍ଦନ ବାଳକୃଷ୍ଣ ସାଙ୍ଖେ ଏକ ଗୋଷ୍ଠୀ ସହିତ ହସ୍ପିଟାଲରେ ପହଞ୍ଚି ଜରୁରୀକାଳୀନ ବିଭାଗରେ ଡାକ୍ତର ଲିଜିମୋଲ ନାମକ ଜଣେ ଡାକ୍ତରଙ୍କୁ ଗାଳିଗୁଲଜ ଏପରିକି ହସ୍ପିଟାଲକୁ ଭାଙ୍ଗି ଦେବାକୁ ଧମକ ଦେଇଥିଲେ।

ବିଶୃଙ୍ଖଳା ସମୟରେ ପାଲଘର ସହରର ମୁଖ୍ୟ ରାହୁଲ ଘରାଟ ତାଙ୍କୁ ଚାପୁଡ଼ା ମାରିଥିବା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)