Shashi Tharoor : ମୋଦୀ ସରକାରଙ୍କୁ କଟାକ୍ଷ! ବିମୁଦ୍ରାକରଣକୁ ‘ଗ୍ରାଣ୍ଡ ଥେଫ୍ଟ’ କହିଲେ ଶଶୀ ଥରୁର

Nov 22, 2026 - 19:02
Shashi Tharoor : ମୋଦୀ ସରକାରଙ୍କୁ କଟାକ୍ଷ! ବିମୁଦ୍ରାକରଣକୁ ‘ଗ୍ରାଣ୍ଡ ଥେଫ୍ଟ’ କହିଲେ ଶଶୀ ଥରୁର

ନୂଆଦିଲ୍ଲୀ: ଭିଡିଓ ଗେମ୍‌ 'ଗ୍ରାଣ୍ଡ ଥେଫ୍ଟ ଅଟୋ-୬' (ଜିଟିଏ-୬)କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।

ଏହି ଲୋକପ୍ରିୟ ଗେମ୍‌କୁ ନେଇ ମଜାଳିଆ ଢଙ୍ଗରେ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।

୨୦୧୬ ମସିହାର ବିମୁଦ୍ରାକରଣକୁ ମନେ ପକାଇ ସେ କହିଛନ୍ତି, ତାହା ଥିଲା 'ଗ୍ରାଣ୍ଡ ଥେଫ୍ଟ ୱିଦାଉଟ୍‌ ଅଟୋ' ଅର୍ଥାତ୍‌ ଗାଡ଼ି ବିନା ବଡ଼ ଚୋରି!

Advertisment ଏକ ଭିଡିଓରେ ଥରୁର୍‌ ଜିଟିଏ-୬ ନାମକୁ ନେଇ ନିଜର ମତ ରଖିଛନ୍ତି।

ସେ କହିଛନ୍ତି, 'ଗ୍ରାଣ୍ଡ ଥେଫ୍ଟ ଅଟୋ' ଶବ୍ଦର ଅର୍ଥ ଇଂରାଜୀରେ ଠିକ୍‌ ବୁଝାପଡ଼ୁନାହିଁ।

ମୁଁ ପୂର୍ବରୁ କେବେ ଭିଡିଓ ଗେମ୍‌ ଖେଳିନାହିଁ।

ଏହାପରେ ଉପସ୍ଥିତ ଲୋକଙ୍କ ହସ ଭିତରେ ସେ ବିମୁଦ୍ରାକରଣକୁ ନେଇ ଏହି କଟାକ୍ଷ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ପୁରୁଣା ନୋଟ୍‌ ଅଚଳ ଘୋଷଣା କରିଥିଲେ।

ଏହି ପଦକ୍ଷେପକୁ ନେଇ ଆଜି ବି ରାଜନୈତିକ ବିତର୍କ ଜାରି ରହିଛି।

ଅନ୍ୟପକ୍ଷରେ, ରକ୍‌ଷ୍ଟାର ଗେମ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, ଜିଟିଏ-୬ ପ୍ରି-ଅର୍ଡର ଓ ପ୍ରଥମ ଦିନର ବିକ୍ରିରୁ ୩.୭୯ ବିଲିୟନ୍‌ ଡଲାର ଆୟ କରିଛି।

ଏହାକୁ ଇତିହାସର ସବୁଠୁ ବଡ଼ ମନୋରଞ୍ଜନ ଶିଳ୍ପର ଶୁଭାରମ୍ଭ ବୋଲି କୁହାଯାଇଛି।

ଗେମ୍‌ଟି ପ୍ଲେଷ୍ଟେସନ୍‌-୫ ଓ ଏକ୍ସବକ୍ସ ସିରିଜ୍‌ରେ ଉପଲବ୍ଧ ହୋଇଛି।

ଚର୍ଚ୍ଚାରେ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)