Sharanaravinda Ojha arrested: ଭଗବାନଙ୍କ ନାଁ ନେଇ ଜିତୁଥିଲେ ମନ, ଏବେ ୧୧ ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ଯୁବ ପ୍ରବଚକ!

Nov 24, 2026 - 13:33
Sharanaravinda Ojha arrested: ଭଗବାନଙ୍କ ନାଁ ନେଇ ଜିତୁଥିଲେ ମନ, ଏବେ ୧୧ ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ଯୁବ ପ୍ରବଚକ!

ଜଣେ ଯୁବ ପ୍ରବଚକ ଭାବେ ତାଙ୍କର ବେଶ ସୁନାମ ।

କଥା କହିବାର ସୁନ୍ଦର ଶୈଳୀ ତାଙ୍କୁ ଖୁବ କମ ଦିନରେ ସଫଳତାର ଶିଖରରେ ପହଞ୍ଚାଇ ପାରିଛି ।

ମିଠା ମିଠା ସ୍ବରରେ ଭଗବାନଙ୍କ ନାମ ନେଇ ଦର୍ଶକଙ୍କ ମନ ଜିଣୁଥିଲେ ସେ ।

ହେଲେ ଏବେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ସେ ହେଲେ ଓଡ଼ିଶାର ଜଣେ ଜଣାଶୁଣା ଚେହେରା ଯୁବ ପ୍ରବଚକ ଶରଣାରବିନ୍ଦ ଓଝା ।

Advertisment ଏକ ଡକ୍ୟୁମେଣ୍ଟାରୀ ତିଆରି କରିବା ପାଇଁ ଜଣେ ଡାକ୍ତରଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି ।

ଥାନାରେ ଡାକ୍ତର ସାଗରିକା ଦାଶ କରିଥିବା ଅଭିଯୋଗ ଅନୁସାରେ ଶ୍ରୀମଦ ବାୟାବାବାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ କରିବା ପାଇଁ ସେ ମନସ୍ଥ କରି ଶରଣାରବିନ୍ଦଙ୍କୁ ଦାୟିତ୍ବ ଦେଇଥିଲେ ।

ଏଥିପାଇଁ ମୋଟ ୧୪ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଶରଣାରବିନ୍ଦ ତାଙ୍କୁ ଜଣାଇଥିଲେ ।

ସେ ରାଜି ହେବା ପରେ କାମ ଆରମ୍ଭ ହୋଇଥିଲା ଏବଂ ବିଭିନ୍ନ ପର୍ଯ୍ୟାୟରେ ସେ ମୋଟ ୧୧ ଲକ୍ଷ ଟଙ୍କା ଦେଇଥିଲେ ।

ତେବେ ଦୀର୍ଘ ଦିନ ବିତିବା ପରେ ବି କୌଣସି କାମ ନହେବାରୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି ଶରଣାରବିନ୍ଦ ।

ଡକ୍ୟୁମେଣ୍ଟାରୀ ନେଇ କଥାବାର୍ତ୍ତା ସରିବା ପରେ ସେ ସାରା ଭାରତର ବିଭିନ୍ନ ଜାଗାରେ ସୁଟିଂ କରିବା ସହ ବାଇଟ ଆଣିଛନ୍ତି ।

ସୁଟିଂର ସମସ୍ତ ହାର୍ଡଡିସ୍କ ଡାକ୍ତର ଦାଶଙ୍କୁ ଦିଆଯାଇଛି ।

ଚୁକ୍ତି ଅନୁଯାୟୀ ଆହୁରି ୩ ଲକ୍ଷ ୨୦ ହଜାର ଟଙ୍କା ତାଙ୍କର ପାଇବାର ଅଛି ।

Advertisment ସମୟ ଖରାପ ଚାଲିଥିବାରୁ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି କହିଛନ୍ତି ଶରଣାରବିନ୍ଦ ।

କ୍ୟାପିଟାଲ ଥାନା ପୋଲିସ ଠକେଇ ଅଭିଯୋଗରେ ମାମଲା ରୁଜୁ କରି ଶରଣାରବିନ୍ଦଙ୍କୁ ଗିରଫ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)