Serpent-Design Gold Ring Becomes Key Clue: ସୁନା ମୁଦି ଖୋଲିଲା ହତ୍ୟା ରହସ୍ୟ, ୬ ଘଣ୍ଟାରେ ଧରାପଡ଼ିଲା ଅଭିଯୁକ୍ତ

Nov 21, 2026 - 18:52
Serpent-Design Gold Ring Becomes Key Clue: ସୁନା ମୁଦି ଖୋଲିଲା ହତ୍ୟା ରହସ୍ୟ, ୬ ଘଣ୍ଟାରେ ଧରାପଡ଼ିଲା ଅଭିଯୁକ୍ତ

ଏକ ରେଳ ଡବା ଭିତରୁ ମିଳିଲା ୫୪ ବର୍ଷୀୟ ମହିଳାଙ୍କ ମୃତଦେହ।

ମହିଳାଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ରେଳବାଇ ପୁଲିସ ଆରମ୍ଭ କରିଥିଲା ତଦନ୍ତ।

ହେଲେ ମୃତ ମହିଳାଙ୍କ ପରିଚୟ ଜାଣିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।

ଶେଷରେ ମହିଳାଙ୍କ ହାତରେ ଥିବା ଏକ ସୁନା ମୁଦି ଖୋଲିଥିଲା ଏହି ହତ୍ୟାକାଣ୍ଡର ରହସ୍ୟ।

ଏପରିକି ମାତ୍ର ୬ ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment ସୂଚନା ଅନୁସାରେ, ନଭେମ୍ବର ୧୩ ତାରିଖ ମଧ୍ୟରାତ୍ରିରେ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଏଲ ରେଳୟାର୍ଡରେ ଏହି ଘଟଣା ଘଟିଥିଲା।

ରେଳୟାର୍ଡରେ ରଖାଯାଇଥିବା ଏକ ଅବ୍ୟବହୃତ ଟ୍ରେନ୍ ଡବା ଭିତରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।

ଅନ୍ୟ ଏକ ଟ୍ରେନ୍‌ରେ ଲଗାଯିବା ପାଇଁ ଡବାଟିକୁ ସଫା କରାଯାଉଥିବା ବେଳେ ମୃତଦେହ ମିଳିଥିଲା।

ମହିଳାଙ୍କ ପରିଚୟ ଜାଣିବାକୁ ପୁଲିସ ତଦନ୍ତ କରିଥିଲା।

ତେବେ ତାଙ୍କ ହାତରେ ଥିବା ସାପ ଆକୃତିର ଏକ ସୁନା ମୁଦି ପୁଲିସକୁ ବଡ଼ ସୁରାକ୍ ଦେଇଥିଲା।

ମୁଦିରେ ଥିବା ହଲମାର୍କ ତଥ୍ୟ ଆଧାରରେ ଏହା ଗୁଜରାଟରୁ ଆସିଥିବା ଜଣାପଡ଼ିଥିଲା।

ପରେ ଏହା ଛତିଶଗଡ଼ର ରାୟପୁରସ୍ଥିତ ଏକ ଗହଣା ଦୋକାନକୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଥିଲା।

ଦୋକାନରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ମହିଳାଙ୍କ ପାନ୍ କାର୍ଡ ଓ ମଧ୍ୟପ୍ରଦେଶର ଠିକଣା ହାସଲ କରିଥିଲା।

Advertisment ଏହାପରେ ମହିଳାଙ୍କ ପରିବାରକୁ ଯୋଗାଯୋଗ କରିଥିଲା ପୁଲିସ।

ସେ ଗତ ୩ ମାସ ହେବ ନିଜ ଘରୁ ନିଖୋଜ ଥିବା ଜଣାପଡ଼ିଥିଲା।

୬ ଘଣ୍ଟାରେ ଧରାପଡ଼ିଲା ଅଭିଯୁକ୍ତ ଅନ୍ୟପଟେ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରି ପୁଲିସ ପ୍ରଥମେ ୩ ଜଣଙ୍କୁ ସନ୍ଦେହ ଘେରକୁ ନେଇଥିଲା।

ଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଧଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଟ୍ରେନ୍ ଡବାରୁ ବାହାରୁଥିବା ଦେଖାଯାଇଥିଲା।

ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଥିବା ପୁଲିସ କହିଛି।

ଅଭିଯୁକ୍ତ ଜଣକ ଷ୍ଟେସନରେ ବୁଲୁଥିବା ଜଣେ ଭିକାରୀ ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଅଭିଯୁକ୍ତର ରକ୍ତ ଲାଗିଥିବା ସାର୍ଟ ମଧ୍ୟ ଜବତ କରିଛି ପୁଲିସ।

ମହିଳାଙ୍କ ଛାତିକୁ ଗୋଇଠା ମାରି ହତ୍ୟା କରିଥିବା ସେ ସ୍ୱୀକାର କରିଥିବା କୁହାଯାଉଛି।

ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ପ୍ରାଥମିକ ଯାଞ୍ଚରେ ମହିଳାଙ୍କ ପିଞ୍ଜରା ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)