Odisha Police: ଓଡ଼ିଶା ସୀମାନ୍ତ ଦୁର୍ଗମ ଗାଁର ଆଦିବାସୀ ଝିଅ ରାମେଶ୍ରୀ ହେଲେ ଏନ୍‌ଏସ୍‌ଜି କମାଣ୍ଡୋ

Nov 21, 2026 - 18:48
Odisha Police: ଓଡ଼ିଶା ସୀମାନ୍ତ ଦୁର୍ଗମ ଗାଁର ଆଦିବାସୀ ଝିଅ ରାମେଶ୍ରୀ ହେଲେ ଏନ୍‌ଏସ୍‌ଜି କମାଣ୍ଡୋ

ନବରଙ୍ଗପୁର /ରାଇଘର: ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ରାଇଘର ବ୍ଲକର କାଉଡୋଳା ପଂଚାୟତର ଧୁଙ୍ଗିଆଡିହି ଗାଁର ଆଦିବାସୀ ରାମେଶ୍ବରୀ ହାଲବା ଦେଶର ଅଗ୍ରଣୀ ସୁରକ୍ଷା ବଳ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ରେ ସ୍ଥାନ ହାସଲ କରିଛନ୍ତି।

ଓଡିଶା ପୁଲିସରୁ ବହୁ ମହିଳା କନେଷ୍ଟବଲ ଆବେଦନ କରିଥିଲେ ହେଁ ୫ଜଣଙ୍କୁ ଚୟନ କରାଯାଇଥିଲା।

ଏହି ୫ଜଣଙ୍କ ମଧ୍ୟରୁ ୩ଜଣ ମହିଳା କମାଣ୍ଡୋ କନଭରଶନ କୋର୍ସ (ଏମସିସିସି)ରେ ସଫଳତା ଲାଭ କରି ଏନସିଜି କମ‌ଣ୍ଡୋ ହୋଇପାରିଛନ୍ତି।

ନିଶ୍ଚିତ ରୁପେ ନବରଙ୍ଗପୁର ପରି ପଛୁଆ ଜିଲ୍ଲା ପଛୁଆ ବ୍ଲକର ଆଗୁଆ ଝିଅ ରାମେଶ୍ବରୀ ନିଜ ଜିଲ୍ଲା, ଓଡିଶା ଓ ଓଡିଶାପୁଲିସ ପାଇଁ ସ୍ବର୍ଣ୍ଣାକ୍ଷରରେ ଇତିହାସରେ ନିଜ ନାଁ ଲେଖାଇ ପାରିଛନ୍ତି।

Advertisment ପ୍ରଥମ ଥର ପାଇଁ ରାଜ୍ୟ ପୁଲିସ୍ ବାହିନୀର ତିନିଜଣ ମହିଳା କନଷ୍ଟେବଳ ଦେଶର ସବୁଠାରୁ ଦକ୍ଷ ତଥା ଅଗ୍ରଣୀ ସୁରକ୍ଷା ବଳ 'ନ୍ୟାସନାଲ ସିକ୍ୟୁରିଟି ଗାର୍ଡ'(ଏନ୍‌ଏସ୍‌ଜି)ର ତାଲିମ କେନ୍ଦ୍ରରେ 'ପ୍ରଥମ ମହିଳା କମାଣ୍ଡୋ କନଭର୍ସନ କୋର୍ସ' (ଏମ୍‌ସିସିସି) ସଫଳତାର ସହ ସମ୍ପୂର୍ଣ କରିଛନ୍ତି।

ସେମାନଙ୍କ ମଧ୍ୟରୁ ରାମେଶ୍ରୀ ହାଲବା ଅନ୍ୟତମ।

୨୦୨୩ ମସିହା‌ରେ କନେଷ୍ଠବଳ ରାମେଶ୍ରୀଙ୍କ ବାପା ଚମରୁ ହାଲବା ଜଣେ ଚାଷୀ ହୋଇଥିବା ବେଳେ ମାଆ ଓମ୍ବାଇ ଗୃହିଣୀ।

ଗୋଟିଏ ଭାଇରେ ପାଂଚ ଭଉଣୀ।

ବାପା-ମା'ଙ୍କର ସାନଝିଅ ରାମେଶ୍ରୀ।

ଗାଁ ସ୍କୁଲରେ ଅଷ୍ଠମ, କାଉଡୋଳାରେ ଦଶମ ଏବଂ ଯୁକ୍ତ ଦୁଇ ହାଟଭରଣ୍ଡିରେ ପଢ଼ିଥିଲେ।

ଛତିଶଗଡ଼ ସୀମାନ୍ତରେ ଥିବା ଗାଁରେ ପିଲା ବେଳରୁ ସେ ନକ୍ସଲଙ୍କ ଯିବା ଆସିବା ଏବଂ ପୁଲିସ, ଡିଭିଏଫ ଆଦି ଆସିବା ଏବଂ ଅପରେସନ୍ ଆଦି ସମ୍ପର୍କରେ ଦେଖି ଆସୁଥିଲେ।

ପିଲାଟି ସମୟରୁ ହିଁ ନିଜେ ଜଣେ ପୁଲିସ ହେବା ପାଇଁ ମନବଳାଇଥିଲେ ରାମେଶ୍ରୀ।

୨୦୨୩ ମସିହା‌ରେ କନେଷ୍ଠବଳ ଭାବେ ନିଯୁକ୍ତି ପାଇଥିଲେ।

Judgement: ମାନସିକ ବିକୃତ କନ୍ୟାକୁ ନିର୍ଯ୍ୟାତନା; ଜେଲ୍‌ରେ ୨୦ ବର୍ଷ ବିତାଇବେ ଯୁବକ ଦେଶମାତୃକାର ସେବା ଲକ୍ଷ୍ୟ ତେବେ କିଛି ଅଲଗା କରିକି ଦେଶମାତୃକାର ସେବା କରିବା ତାଙ୍କ ଇଛା ରହିଥିଲା।

ଏହିପରି ସବୁ ସମୟରେ ଭାବୁ ଥିବା ବେଳେ ତାଙ୍କର ଚୟନ ଏନଏସଜି କମାଣ୍ଡୋ ତାଲିମ ପାଇଁ ଚୟନ କରାଯାଇଥିଲା।

ହରିଆନାର ମହେସ୍ମାର ଠାରେ ଦୀର୍ଘ ୧୨ସପ୍ତାହ କଠିନ ପ୍ରଶିକ୍ଷଣ ଓ ମାନସିକ ପରୀକ୍ଷା ଦେବାକୁ ପଡିଥିଲା।

ଆତଙ୍କବାଦୀ ନିରୋଧୀ ଅଭିଯାନ, ବନ୍ଧକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ଏବଂ ଯେକୌଣସି ବିପଜ୍ଜନକ ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କୁ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି।

ରାମେଶ୍ରୀ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଥିଲେ, (ଏନ୍‌ଏସ୍‌ଜି) କମାଣ୍ଡୋ ପାଇବା ପରେ ପୁନର୍ବାର ତାଙ୍କୁ ନବରଙ୍ଗପୁର ଜିଲ୍ଲାରେ କନେଷ୍ଟବଳ ଭାବେ ନିଯୁକ୍ତି ଦିଆଯିବ।

ଭବିଷ୍ୟତରେ ଯଦି ରାଜ୍ୟର କୌଣସି ସ୍ଥାନରେ ଅପ୍ରତ୍ୟାଶିତ କିମ୍ବା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଥମ ପର୍ଯ୍ୟାୟରେ ହିଁ ତାଲିମପ୍ରାପ୍ତ ମହିଳା ଏନ୍‌ଏସ୍‌ ଜି କମାଣ୍ଡୋ ହିସାବରେ ଘଟଣାସ୍ଥଳରେ ନିୟୋଜିତ କରାଯିବ।

କ'ଣ କୁହନ୍ତି ରାମେଶ୍ରୀ?

ନିଜର ପରିଶ୍ରମ ଓ ଏକାଗ୍ରତା ଯୋଗୁଁ ସେ ଆଜି ସଫଳତା ହାସଲ କରିପାରିଛନ୍ତି ରାମେଶ୍ରୀ।

ପ୍ରତ୍ୟେକ ଝିଅ ନିଜ ମନରେ ରହିଥିବା ସ୍ବପ୍ନକୁ ନ ଚାପି ଲକ୍ଷ୍ୟ ପୂରଣ କରି ଅନ୍ୟର ପ୍ରେରଣା ସାଜନ୍ତୁ, ଦେଶମାତୃକାର ସେବା କରନ୍ତୁ ବୋଲି କହିଛନ୍ତି ରାମେଶ୍ରୀ।

ଛତିଶଗଡ ସୀମାନ୍ତ ଦୁର୍ଗମ ଗ୍ରାମରୁ ବାହାରି ରାମେଶ୍ରୀ ପାଠପଢା ସହିତ କଠୋର ପରିଶ୍ରମ କରି ଦେଶର ସବୁଠାରୁ ଦକ୍ଷ ସୁରକ୍ଷା ବଳ ରେ ସ୍ଥାନ ପାଇବା ଜିଲ୍ଲା ପାଇଁ ଏକ ଗୌରବର ବିଷୟ।

ର‌ିପୋର୍ଟ: ସୁରେଶ ନାଇଡୁ/ଦେବେନ୍ଦ୍ର ମିଶ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)