Sensex: ସେନ୍‌ସେକ୍ସ ୧୬୯୫ ପଏଣ୍ଟ ବଢ଼ିଲା

Jun 13, 2026 - 05:49
Sensex: ସେନ୍‌ସେକ୍ସ ୧୬୯୫ ପଏଣ୍ଟ ବଢ଼ିଲା

"ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚାଲିଥିବା ଉତ୍ତେଜନା ସାମାନ୍ୟ କମ୍‌ ହେବା ପରେ ଭାରତୀୟ ଷ୍ଟକ୍‌ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୬୯୫.୪୦ ପଏଣ୍ଟ୍‌ ବୃଦ୍ଧି ପାଇ ୭୫,୫୨୭.୯୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୬୧ ପଏଣ୍ଟ୍‌ ବୃଦ୍ଧି ପାଇ ୨୩,୬୨୨.୯୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକଙ୍କ ସମ୍ପତ୍ତି ୭ ଲକ୍ଷ କୋଟି ଟଙ୍କା ବଢ଼ିଛି।

ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୬୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Advertisment Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍‌ସ୍ପା ହଟାଯିବ ଯୁଦ୍ଧ ଉତ୍ତେଜନା କମିବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୮୮ ଡଲାର ଭଳି ସ୍ତରକୁ ଖସିଆସିବାରୁ ନିବେଶକମାନେ ବେଶ୍‌ ଖୁସି ହୋଇଯାଇଛନ୍ତି।

ଆଜି ଷ୍ଟକ୍‌ ବଜାରରେ ପ୍ରାୟ ସବୁ କ୍ଷେତ୍ରରେ ଉତ୍ସାହଜନକ କାରବାର ହୋଇଥିଲା।

ରିଅଲ ଇଷ୍ଟେଟ୍‌, ଆର୍ଥିକ ସେବା, କଞ୍ଜ୍ୟୁମର ଡ୍ୟୁରେବଲ୍‌, ରାଷ୍ଟ୍ରାୟତ୍ତ ବ୍ୟାଙ୍କବର୍ଗରେ ଭଲ କାରବାର ‌ହୋଇଛି।

War: ଆକ୍ରମଣ ପାଇଁ ଇରାନକୁ ଦାୟୀ କଲେ ଆମେରିକୀୟ ରାଷ୍ଟ୍ରପତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।