29 JULY 2026

Welcome!

Unlock your personalized experience.
Sign Up

Road open: ଖୋଲିଲା ଏକାମ୍ରକାନନ-ଆଇଏମ୍‌ଏ ରାସ୍ତା: ଚୂଡ଼ାନ୍ତ ରୂପ ନେଲା ଦଶନ୍ଧିର ପ୍ରକଳ୍ପ

Jun 13, 2026 - 05:49
Road open: ଖୋଲିଲା ଏକାମ୍ରକାନନ-ଆଇଏମ୍‌ଏ ରାସ୍ତା: ଚୂଡ଼ାନ୍ତ ରୂପ ନେଲା ଦଶନ୍ଧିର ପ୍ରକଳ୍ପ

ଭୁବନେଶ୍ବର: ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବାକୁ ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ବିଜେଡି ସରକାର ସମୟରେ ମୂଳଦୂଆ ପଡ଼ିଥିବା ଏହି ୧୩ କିଲୋମିଟର ୩୩୭ ମିଟର ରାସ୍ତାକୁ ବିଜେପି ସରକାର ଆଜି ଚୂଡ଼ାନ୍ତ ରୂପ ଦେଇଛନ୍ତି। ଫଳରେ ପ୍ରାୟ ଏକ ଦଶନ୍ଧି ତଳେ ଭିତ୍ତିପ୍ରସ୍ତର ପଡ଼ିଥିବା ଏହି ରାସ୍ତା ଆଜି ସହରବାସୀଙ୍କ ପାଇଁ ଲାଇଫ୍‌ଲାଇନ୍‌ ପାଲଟିବାକୁ ଯାଉଛି। ଏହାଦ୍ବାରା କେବଳ ଯେ ଜୟଦେବ ବିହାର-ନନ୍ଦନକାନନରୁ ଭିଡ଼ କମିବ ତାହା ନୁହେଁ, ବରଂ ସିଆରପି ଛକରୁ ଉତ୍ତର ଭୁବନେଶ୍ବରର ନିର୍ବାଚନମଣ୍ଡଳୀର ପ୍ରମୁଖ ସ୍ଥାନକୁ ଯୋଗାଯୋଗ ସୁଗମ ହେବ। ଏହି ରାସ୍ତା ସିଆରପି ଛକରୁ ବାହାରି ଏକାମ୍ରକାନନ, ହାତିଆସୁଣୀ, ରେଳବିହାର, ଲୁମ୍ବିନୀବିହାର, ଉତ୍କଳ ହସ୍ପିଟାଲ, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଇନ୍‌ଫୋସିସ୍‌, ଶିଖରଚଣ୍ଡି, କିସ୍‌, କିଟ୍‌, ପଥରଗାଡ଼ିଆ ପରି ପ୍ରମୁଖ ଅଞ୍ଚଳକୁ ସଂଯୋଗ କରିଛି। ୨୦୧୫ରେ ବିଜେଡି ସରକାର ସମୟରେ ଏହି ୨୦୦ ଫୁଟିଆ ରାସ୍ତାର ଭିତ୍ତିପ୍ରସ୍ତର ପଡ଼ିବା ସହ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ରାସ୍ତା ନିର୍ମାଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଇଏମ୍‌ଏ ଛକରୁ ପଥରଗାଡ଼ିଆ ପର୍ଯ୍ୟନ୍ତ ରାସ୍ତା କାମ ହୋଇଥିଲା।

Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍‌ସ୍ପା ହଟାଯିବ

ଚୂଡ଼ାନ୍ତ ରୂପ ନେଲା ଦଶନ୍ଧିର ପ୍ରକଳ୍ପ
ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ଭିତ୍ତିପ୍ରସ୍ତର ପଡ଼ିଲା

ଏହାପରେ ଓଇଆରସିରୁ ଉତ୍କଳ ହସ୍ପିଟାଲ, ପଥରଗାଡ଼ିଆରୁ ଶିଖରଚଣ୍ଡି ପାଦଦେଶ ଦେଇ ଇନ୍‌ଫୋସିଟି ଛକ, ଉତ୍କଳ ହସ୍ପିଟାଲରୁ ରେଳ ବିହାର, ଇନ୍‌ଫୋସିଟି ଛକରୁ ଶୈଳଶ୍ରୀବିହାର ଓ ଶେଷ ପର୍ଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରେଳ ବିହାରରୁ ହାତିଆଶୁଣି ପର୍ଯ୍ୟନ୍ତ ରାସ୍ତା କାମ ସରିଥିଲା। ୨୦୨୪ ମଧ୍ୟରେ ପାଖାପାଖି ୧୨ କିଲୋମିଟର ୬୦୦ ମିଟର ରାସ୍ତା କାମ ଶେଷ ହୋଇଥିଲା। ସାଲିଆସାହି ଭିତରେ ମାତ୍ର ୮୦୦ ମିଟରର ରାସ୍ତା କାମ ବାକି ରହିଥିଲା। ତାହାକୁ ଶେଷ କରିବାକୁ ବର୍ତ୍ତମାନର ବିଜେପି ସରକାରଙ୍କୁ ଦୁଇ ବର୍ଷ ଲାଗିଛି। ପୂର୍ତ୍ତ ବିଭାଗ ଓ ବିଏମ୍‌ସିର ମିଳିତ ସୁପରିଚାଳନାରେ ସାଲିଆସାହିର ୪୫୨ରୁ ଅଧିକ ପରିବାରଙ୍କୁ ଉଚ୍ଛେଦ ସହ ନୀଳାଦ୍ରିବିହାର ବୁଦ୍ଧ ଆବାସରେ ଥଇଥାନ କରାଯାଇଥିଲା। ୨୦୨୫ ନଭେମ୍ବର ମାସରେ ଉଚ୍ଛେଦ ପ୍ରକ୍ରିୟା ସରିବା ପରେ କାମ ଆଗେଇଥିଲା ଏବଂ ଆଜି ଚୂଡ଼ାନ୍ତ ରୂପ ନେଇଛି। ଏହି ୮୦୦ ମିଟର ରାସ୍ତା ନିର୍ମାଣ କରିବାକୁ ୨୪ କୋଟି ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସମ୍ପୂର୍ଣ୍ଣ ରାସ୍ତାର ସୌନ୍ଦର୍ଯ୍ୟକରଣ ସହ ସୁନ୍ଦର ଆଲୋକୀକରଣ ହୋଇଛି।

US Iran Tensions: ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଅନୁଷ୍ଠିତ ନୂତନ ରାସ୍ତା ଲୋକାର୍ପଣ ଉତ୍ସବରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମ୍‌ସି କମିସନର ଚଞ୍ଚଲ ରାଣା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ୨୦୩୦ ସୁଦ୍ଧା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜନସଂଖ୍ୟା ୭ଲକ୍ଷ ଟପିଯିବ। ଏବେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଜୟଦେବବିହାର-ନନ୍ଦନକାନନ ଚାରିଥାକିଆ ରାସ୍ତା ଭିଡ଼ ନିୟନ୍ତ୍ରଣରେ ଫେଲ୍‌ ମାରିଥିବାରୁ ଆଗକୁ ଏହା ଅଧିକ ଜଟିଳ ରୂପ ନେଇପାରେ। ତେଣୁ ଏହିି ରାସ୍ତାର ବିକଳ୍ପ ରାସ୍ତା ନିର୍ମାଣ କରିବାକୁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଜୟଦେବବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ଫ୍ଲାଏ ଓଭର ନିର୍ମାଣ ହେବ, ଯାହାକି ଭିଡ଼ କମାଇବା ସହ ଯୋଗାଯୋଗ ସୁଗମ କରିବ। ଏଥିପାଇଁ ଜନତା ମଇଦାନଠାରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।