Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ
"ନୂଆଦିଲ୍ଲୀ: ସରକାରଙ୍କଠାରୁ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଥିବା ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାରଲାଇନ୍ରେ ସୁଧାର ଆଣିବାକୁ ଏକ ଦଶନ୍ଧି ସମୟ ଲାଗିଯିବ।
ବିମାନର କିଛି ଗୁରୁତ୍ବପୂର୍ଣ୍ଣ ଉପକରଣ ମିଳିବାରେ ଅସୁବିଧା ହେବା, କିଛି ଦେଶର ଆକାଶ ମାର୍ଗରେ କଟକଣା, ଇନ୍ଧନ ଦର ବୃଦ୍ଧି ଓ ଗତବର୍ଷ ଅହମଦାବାଦରେ ଘଟିଥିବା ଭୟଙ୍କର ଦୁର୍ଘଟଣା ପାଇଁ କମ୍ପାନିରେ ସୁଧାର ଆଣିବା ବିଳମ୍ବ ହେବ।
Advertisment ଏୟାର ଇଣ୍ଡିଆକୁ ପାଞ୍ଚ ବର୍ଷ ଭିତରେ ସୁଧାରିବା ପାଇଁ କମ୍ପାନିର ସିିଇଓ ଓ ପରିଚାଳନା ନିର୍ଦ୍ଦେଶକ ୱିଲସନ୍ କ୍ୟାମ୍ପବେଲ୍ ୨୦୨୨ ସେପ୍ଟେମ୍ବରରେ ଏକ ଯୋଜନା ଘୋଷଣା କରିଥିଲେ।
ଚଳିତ ବର୍ଷ ସେପ୍ଟେମ୍ବର ୩୦ରୁ ସେ ନିଜ ପଦରୁ ଅବ୍ୟାହତି ନେବେ।
ଏପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀ ଘୋଷଣା କରାଯାଇନାହିଁ।
୨୦୨୫-୨୬ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆ ୨୨,୨୩୮ କୋଟି ଟଙ୍କାର କ୍ଷତି ସହିଛି ଯାହା ୨୦୨୪-୨୫ ଆର୍ଥିକ ବର୍ଷର ୧୦,୮୫୯ କୋଟି ଟଙ୍କା କ୍ଷତିଠାରୁ ଦୁଇ ଗୁଣାରୁ ଅଧିକ।
Air india: ଏୟାର ଇଣ୍ଡିଆର ସୁଲଭ ଟିକଟ, ଭୋଜନ ମିଳିବନି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।