School closed: ପ୍ରବଳ ବର୍ଷା ଯୋଗୁଁ ନବରଂଗପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

Aug 23, 2026 - 18:43
School closed: ପ୍ରବଳ ବର୍ଷା ଯୋଗୁଁ ନବରଂଗପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

"ନବରଂଗପୁର: ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି।

ପ୍ରବଳ ବର୍ଷା ଯୋଗୁଁ ନବରଂଗପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ନବରଂଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲି (୨୦୨୬ ଅଗଷ୍ଟ ୨୪)ରେ ନବରଂଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ।

ତେବେ ସ୍କୁଲ ଏବଂ ଅଙ୍ଗନବାଡ଼ିରେ ଯଦିଓ ପାଠ ପଢ଼ା ଯିବ ନାହିଁ, କିନ୍ତୁ ପ୍ରଧାନଶିକ୍ଷକ/ଶିକ୍ଷକ ଏବଂ ଅଙ୍ଗନବାଡ଼ି କର୍ମଚାରୀମାନେ ନିଜନିଜ କର୍ମସ୍ଥଳରେ ଉପସ୍ଥିତ ରହିବେ।

Heavy rain: ଲଗାଣ ବର୍ଷାରେ ବେହାଲ ଝରିଗାଁ; ଘରେ ଘରେ ପଶିଲା ବର୍ଷା ପାଣି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)