school bus accident Odisha ସ୍କୁଲ୍ ବସ୍ ଓ ବାଇକ୍ ଧକ୍କା, ଜଣେ ମୃତ, ୧ ଗୁରୁତର
"ରାୟଗଡା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଜଗମଣ୍ଡା ଗ୍ରାମ ନିକଟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ବସ୍ ଓ ମୋଟରସାଇକଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଏଥିରେ ଜଣେ ଯୁବକଙ୍କ ମୃତ୍ୟୁଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ହସ୍ପିଟାଲ୍କୁ ସ୍ଥାନାନ୍ତର ହୋଇଛନ୍ତି।Advertisment ମିଳିଥିବା ସୂଚନାନୁସାରେ, ମୃତକ ଜଣଙ୍କ ଡିବିରିସିଂ ଗ୍ରାମର ଗୌତମ ଦାସ ବୋଲି ଜଣା ପଡ଼ିଛି ।
କୌଣସି କାମରେ ଗୌତମ ଏବଂ ତାଙ୍କ ବନ୍ଧୁ ସୁନୀଲ ଶତପଥୀ ଗୁମୁଡ଼ା ଆସିଥିଲେ I କାମ ଶେଷ କରି ପଦ୍ମପୁର ଫେରୁଥିବା ସମୟରେ ଉକ୍ତ ବସ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା I ଗୁରୁତର ଅବସ୍ଥାରେ ଉଭୟଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା I ସେଠାରେ ଡାକ୍ତର ଗୌତମଙ୍କୁ ମୃତ ଘୋଷଣା କରିଥିଲେ।
ସୁନୀଲ ଶତପଥୀଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଇଥିଲା।
ତେବେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଘଟିବାରୁ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଖବର ପାଇ ପଦ୍ମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖବର ଲେଖାଯିବା ବେଳକୁ କାହାରିକୁ ଅଟକ ରଖାଯାଇନଥିବା କିମ୍ବା ଗିରଫ କରାଯାଇନଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
"