20 AUGUST 2026

Welcome!

Unlock your personalized experience.
Sign Up
block-728

SCB: ଏସ୍‌ସିବିରେ ନିର୍ମାଣ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌: ୨୦୨୭ ଜୁନ୍‌ରେ ସରିବ କ୍ଲିନିକାଲ୍‌ ବ୍ଲକ୍‌ କାମ

Aug 20, 2026 - 08:03
SCB: ଏସ୍‌ସିବିରେ ନିର୍ମାଣ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌: ୨୦୨୭ ଜୁନ୍‌ରେ ସରିବ କ୍ଲିନିକାଲ୍‌ ବ୍ଲକ୍‌ କାମ

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି) ପରିସରରେ ନିର୍ମାଣ ହେବ ଆଉ ଏକ ମେଡିସିନ୍‌ ବ୍ଲକ୍‌। ଏଥିପାଇଁ ଖୁବଶୀଘ୍ର ସ୍ଥାନ ନିରୂପଣ କରି ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏସ୍‌ସିବିର ଉନ୍ନତୀକରଣ ଓ ଭିତ୍ତିଭୂମି ବିକାଶ ପାଇଁ ଚାଲିଥିବା ମେଗା ପୁନଃବିକାଶ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଏସ୍‌ସିବିରେ ୪ଟି ନୂତନ କ୍ଲିନିକାଲ୍ ଓ ଗୋଟିଏ ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। କ୍ଲିନିକାଲ୍ ବ୍ଲକ୍‌ଗୁଡ଼ିକ ଆସନ୍ତାବର୍ଷ ଜୁନ୍‌ସୁଦ୍ଧା ଶେଷ ହେବ। ଏହାସହ ହସ୍ପିଟାଲକୁ ଲାଗିଥିବା ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସୁସଜ୍ଜିତ କରିବା, ଚଉଡ଼ା ରାସ୍ତା ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣ ଜରିଆରେ ମନୋରମ ପରିବେଶ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟରେ ନିର୍ମାଣାଧୀନ ବହୁତଳ କାର୍‌ପାର୍କିଂ ଓ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ କରିଡର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ

୨୦୨୭ ଜୁନ୍‌ରେ ସରିବ କ୍ଲିନିକାଲ୍‌ ବ୍ଲକ୍‌ କାମ
ବହୁତଳ କାର୍‌ପାର୍କିଂ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କର

ମେଡିକାଲ ସଂଲଗ୍ନ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ଅଞ୍ଚଳଗୁଡ଼ିକର ସମନ୍ୱିତ ପାର୍ଶ୍ୱବର୍ତ୍ତୀ ବିକାଶ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ମଧ୍ୟ ଏଥିସହିତ ସଂଯୋଜିତ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣବତ୍ତା ବଜାୟ ରଖି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ସେହିପରି ରାଉରକେଲାର ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନସ୍ଥଳୀ ହନୁମାନ ବାଟିକାର ବିକାଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରୂପାନ୍ତରଣକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ଓଡ଼ିଶା ବ୍ରିଜ୍ ଏଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ଦ୍ୱାରା ହାତକୁ ନିଆଯାଉଥିବା ନୂତନ ନିର୍ମାଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଶୈଳୀ ଓ ଭାବନାକୁ ଆଧାର କରି ଗଢ଼ି ତୋଳିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ, ସ୍ୱାସ୍ଥ୍ୟ ସଚିବ  ଅଶ୍ବତୀ ଏସ୍‌., ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ଶାହା, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓ ସିଏମ୍‌ସି କମିସନର କିରନ୍‌ଦୀପ କୌର ସାହୋଟା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media