Nepal: ନେପାଳ ସୀମାରେ ଧରାପଡ଼ିଲା ଆମେରିକା ନାଗରିକ, ବିନା ବୈଧ କାଗଜପତ୍ରରେ ଜଳପଥରେ ଭାରତରେ ପ୍ରବେଶ କରିଥିଲା

Jul 13, 2026 - 22:25
Nepal: ନେପାଳ ସୀମାରେ ଧରାପଡ଼ିଲା ଆମେରିକା ନାଗରିକ, ବିନା ବୈଧ କାଗଜପତ୍ରରେ ଜଳପଥରେ ଭାରତରେ ପ୍ରବେଶ କରିଥିଲା

"ଲକ୍ଷ୍ନୌ: ବିନା କୌଣସି ବୈଧ କାଗଜପତ୍ରରେ ନେପାଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଜଣେ ଆମେରିକୀୟ ନାଗରିକଙ୍କୁ ଭାରତ-ନେପାଳ ସୀମାରେ ଅଟକ ରଖାଯାଇଛି।

ଉତ୍ତର ପ୍ରଦେଶର ସୋନୌଲି ଥାନା ସୀମା ଅନ୍ତର୍ଗତ ମୈନିହୱା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ସମୟରେ ସଶସ୍ତ୍ର ସୀମା ବଳ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା।

ପଚରାଉଚରା ବେଳେ ଆମେରିକୀୟ ନାଗରିକ ଜଣକ ୩୬ ବର୍ଷୀୟ ଜୋର୍ଡ଼ାନ ବ୍ରାଉନ ବୋଲି ଜଣାପଡ଼ିଛି।

ବ୍ରାଉନ ୨୦୨୫ ମସିହାରେ ବିନା କୌଣସି ବୈଧ କାଗଜପତ୍ରରେ ଜଳପଥ ଦେଇ ଭାରତରେ ପ୍ରବେଶ କରିଥିଲା।Advertisment ଆହୁରି ପଢନ୍ତୁ: CVoter: ସି-ଭୋଟର ସର୍ଭେ: ଏନ୍‌ଡିଏର ୫୩% ଭୋଟର ଇ-୨୦ ପେଟ୍ରୋଲକୁ ପସନ୍ଦ କରୁନାହାନ୍ତି ବ୍ରାଉନ ନାଁରେ ମାମଲା ରୁଜୁ କରାଯାଇଥିବା ମହାରାଜଗଞ୍ଜ ଅତିରିକ୍ତ ଏସ୍‌ପି ସିଦ୍ଧାର୍ଥ କହିଛନ୍ତି।

ତା" ନିକଟରୁ କୌଣସି ଯାତ୍ରା ସମ୍ପର୍କିତ ଦସ୍ତାବିଜ୍‌ ମିଳିନାହିଁ।

କାଲିଫର୍ଣ୍ଣିଆର ବାସିନ୍ଦା ବ୍ରାଉନ କହିଛି, ସେ ଥାଇଲ୍ୟାଣ୍ଡକୁ ପର୍ଯ୍ୟଟନ ଭିସାରେ ଆସିଥିବାବେଳେ ନିଜ ପାସପୋର୍ଟ ହଜାଇ ଦେଇଥିଲା।

ବ୍ରାଉନ ଏହାପରେ ସମୁଦ୍ର ମାର୍ଗରେ ପ୍ରଥମେ ଶ୍ରୀଲଙ୍କା ଓ ତା" ପରେ ନଭେମ୍ବର ୨୦୨୫ରେ ଭାରତରେ ପ୍ରବେଶ କରିଥିଲା।

ସେ‌ବେଠାରୁ ସେ ଗୋଆରେ ରହୁଥିଲା।

ସେ ନେପାଳ ଯିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ହାତରେ ଧରାପଡ଼ିଛି।

ପୁଲିସ ପକ୍ଷରୁ ଅଧିକ ଆଇନଗତ ପ୍ରକ୍ରିୟା ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।