AmirKhan: ‘ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସଡର’: ଆମିର ଖାନଙ୍କ ତୃତୀୟ ବିବାହକୁ ସମାଲୋଚନା କଲେ ନିତେଶ ରାଣେ
"ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ୍ଙ୍କ ତୃତୀୟ ବିବାହକୁ ନେଇ ମହାରାଷ୍ଟ୍ରର ମତ୍ସ୍ୟ ପାଳନ ମନ୍ତ୍ରୀ ନିତେଶ ରାଣେଙ୍କ ବୟାନରୁ ରାଜନୈତିକ ବିବାଦ ଦେଖାଯାଇଛି।
ରାଣେ ଆମିରଙ୍କୁ "ଲଭ୍ ଜିହାଦ"ର ବ୍ରାଣ୍ଡ ଆମ୍ବାସଡର ବୋଲି କହିଛନ୍ତି।
ନିତେଶ ରବିବାର ଅହଲ୍ୟାନଗରରେ କହିଥିଲେ ଯେ, ଯେତେବେଳେ ଜଣାଶୁଣା ବ୍ୟକ୍ତିତ୍ୱମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଏପରି ନିଷ୍ପତ୍ତି ନିଅନ୍ତି, ହିନ୍ଦୁ ସମାଜ ଏହା ବିଷୟରେ ଚିନ୍ତା କରିବା ଉଚିତ।Advertisment ଆହୁରି ପଢନ୍ତୁ: Villagers Block Road ହୋଟେଲ୍ ପାଇଁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ ଆମିର ଖାନ୍ କ"ଣ ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସାଡର ହେଉନାହାନ୍ତି?
ତାଙ୍କ ଫିଲ୍ମ ଦେଖୁଥିବା ହିନ୍ଦୁ ଯୁବକମାନେ ଏନେଇ ଭଲଭାବରେ ଚିନ୍ତା କରିବା ଉଚିତ।
ରାଣେଙ୍କ ମନ୍ତବ୍ୟର ପ୍ରତିବାଦ ଜଣାଇ ଏଆଇଏମ୍ଆଇଏମ୍ ନେତା ୱାରିସ୍ ପଠାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମୁସଲମାନଙ୍କୁ ଟାର୍ଗେଟ୍ କରୁଛି ଓ ଘୃଣା ପ୍ରସାର କରୁଛି ବୋଲି କହିଛନ୍ତି।
ପଠାନ ଆହୁରି କହିଛନ୍ତି, ଆମିର ଖାନ୍ଙ୍କର ସ୍ବାଧୀନତା ରହିଛି, ତାଙ୍କର ଯାହାକୁ ଇଛା ସେ ବିବାହ କରିବେ।
ତୁମର ଯଦି ଇଚ୍ଛା ତୁମେ ମଧ୍ୟ ବିବାହ କର।
ପଠାନ କହିଛନ୍ତି, ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆମିର ଖାନଙ୍କ ପ୍ରତି ବ୍ୟକ୍ତିଗତ ମନ୍ତବ୍ୟ ନ ଥିଲା ଏହା ସମଗ୍ର ମୁସଲମାନ ସମ୍ପ୍ରଦାୟ ପ୍ରତି ଆକ୍ଷେପ ଥିଲା।
ଆହୁରି ପଢନ୍ତୁ: Supremecourt: କେନ୍ଦ୍ରକୁ ବାୟୁଯାନ ନିୟମ ମାଗିଲେ ସୁପ୍ରିମକୋର୍ଟ: ୨ ସପ୍ତାହରେ ଦେବାକୁ କହିଲେ ସୂଚନାଯୋଗ୍ୟ, ଚଳିତ ଜୁଲାଇ ମାସରେ ଆମିର ଖାନ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ପାଲି ହିଲ୍ ବାସଭବନରେ ଏକ ବ୍ୟକ୍ତିଗତ ଉତ୍ସବରେ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିଥିଲେ।
ଏହା ଆମିର ଖାନଙ୍କ ତୃତୀୟ ବିବାହ।
ତାଙ୍କର ପ୍ରଥମ ବିବାହ ରୀନା ଦତ୍ତା ଓ ଦ୍ୱିତୀୟ ବିବାହ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କ ସହିତ ହୋଇଥିଲା।
ଆମିର ଖାନ ଏପର୍ଯ୍ୟନ୍ତ ନିତେଶ ରାଣେଙ୍କ ମନ୍ତବ୍ୟର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।