SBI: ବ୍ୟାଙ୍କ କ୍ଲର୍କ ଭାବେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ
"ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜୁନିଅର ଆସୋସିଏଟ୍ କ୍ଲର୍କ ପଦବି ପାଇଁ ଆବେଦନ ଆରମ୍ଭ ହୋଇଯାଇଛି।
ବ୍ୟାଙ୍କରେ କ୍ଲର୍କ ଭାବରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ଏହି ନିଯୁକ୍ତି ଅଭିଯାନରେ ମୋଟ ୯୧୨୪ଟି କ୍ଲର୍କ ପଦବି ପୁରଣ କରାଯିବ।
ପ୍ରାର୍ଥୀମାନେ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ ଆବେଦନ କରିପାରିବେ।Advertisment ପଲ୍ଲୀରୁ ଦିଲ୍ଲୀ ଯାଏଁ...
ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍ଡେଟ୍ ଜୁନିଅର ଆସୋସିଏଟ୍ କ୍ଲର୍କ ପଦବି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କର ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ।
ସ୍ନାତକୋତ୍ତର ଶେଷ ବର୍ଷରେ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ।
ପ୍ରାର୍ଥୀଙ୍କ ବୟସ ୨୦୨୬ ଏପ୍ରିଲ ୧ରୁ ଗଣନା କରାଯିବ।
ବୟସ ସୀମା ୨୦ ରୁ ୨୮ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ମଧ୍ୟ ବୟସ ଛାଡ଼ର ସୁବିଧା ପାଇବେ।
ଓବିସି ପ୍ରାର୍ଥୀମାନେ ୩ ବର୍ଷ, ଏସସି ଏବଂ ଏସଟି ପ୍ରାର୍ଥୀମାନେ ୫ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ୧୦ ବର୍ଷ ବୟସ ଛାଡ଼ ପାଇବେ।
କ୍ଲାର୍କ ପଦବି କିପରି ଚୟନ କରାଯିବ?
ଜୁନିଅର ଆସୋସିଏଟ୍ କ୍ଲର୍କ ପଦବି ପାଇଁ ଚୟନ ତିନୋଟି ପର୍ଯ୍ୟାୟରେ କରାଯିବ।
କ୍ଲର୍କ ପଦବି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ୨୪,୦୫୦ ରୁ ୬୪,୪୮୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଇବେ।
ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ ପାଇଁ ପଞ୍ଜିକରଣ ଫି ମାଗଣା ରହିଥିବା ବେଳେ ସାଧାରଣ, ଓବିସି, ଏବଂ ଇଡବ୍ଲୁଏସଙ୍କ ପାଇଁ ୭୫୦ଟଙ୍କା ଧାର୍ଯ୍ୟ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
