SBI WhatsApp Banking: SBI ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି WhatsAppରେ ହେବ ବ୍ୟାଙ୍କ କାମ; କେବଳ 'Hi' ଲେଖିଦେଲେ ହେଲା

Nov 19, 2026 - 18:27
SBI WhatsApp Banking: SBI ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ଏଣିକି WhatsAppରେ ହେବ ବ୍ୟାଙ୍କ କାମ; କେବଳ 'Hi' ଲେଖିଦେଲେ ହେଲା

ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ WhatsApp Banking ସୁବିଧା ଉପଲବ୍ଧ କରାଇଛି।

ଏହାଦ୍ୱାରା ଗ୍ରାହକମାନେ ବ୍ୟାଙ୍କ ଶାଖାକୁ ନଯାଇ ମୋବାଇଲ୍‌ରୁ ଅନେକ ଜରୁରୀ ସୂଚନା ପାଇପାରିବେ।

ବିଶେଷକରି ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ଓ ଋଣ ସମ୍ପର୍କିତ ତଥ୍ୟ ଜାଣିବା ସହଜ ହୋଇଛି।

Advertisment WhatsAppରେ କେଉଁ ସୁବିଧା ମିଳିବ?

SBI WhatsApp Banking ମାଧ୍ୟମରେ ଗ୍ରାହକମାନେ ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିପାରିବେ।

ଏହାସହ ଶେଷ ୧୦ଟି କାରବାରର ବିବରଣୀ ଓ ଅଧିକ ବିସ୍ତୃତ ଆକାଉଣ୍ଟ ଷ୍ଟେଟମେଣ୍ଟ ମଧ୍ୟ ପାଇପାରିବେ।

ଗ୍ରାହକମାନେ ହୋମ୍ ଲୋନ୍, କାର୍ ଲୋନ୍, ଗୋଲ୍ଡ ଲୋନ୍ ଏବଂ ଶିକ୍ଷା ଋଣ ସମ୍ପର୍କରେ ସୂଚନା ପାଇପାରିବେ।

ଏହାବ୍ୟତୀତ ଫିକ୍ସଡ୍ ଡିପୋଜିଟ୍, ରିକରିଂ ଡିପୋଜିଟ୍, NRI ବ୍ୟାଙ୍କିଙ୍ଗ୍ ସେବା ଓ ବ୍ୟାଙ୍କିଙ୍ଗ୍ ଫର୍ମ ସମ୍ପର୍କିତ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

କେମିତି କରିବେ WhatsApp Banking ରେଜିଷ୍ଟ୍ରେସନ୍?

ପ୍ରଥମେ ଆପଣଙ୍କ ମୋବାଇଲ୍ ନମ୍ବର SBI ଆକାଉଣ୍ଟ ସହ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।

ଏହାପରେ ମୋବାଇଲ୍‌ରେ SBIର ଅଫିସିଆଲ୍ WhatsApp ନମ୍ବର +91 90226 90226 ସେଭ୍ କରନ୍ତୁ।

ସେହି ନମ୍ବରକୁ WhatsAppରେ 'Hi' ଲେଖି ପଠାନ୍ତୁ।

ବ୍ୟାଙ୍କର ଚାଟ୍‌ବଟ୍ ପକ୍ଷରୁ ଆସୁଥିବା ନିର୍ଦ୍ଦେଶ ଅନୁସରଣ କରି ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

ରେଜିଷ୍ଟ୍ରେସନ୍ ସଫଳ ହେଲେ ଆପଣଙ୍କ WhatsAppକୁ ନିଶ୍ଚିତକରଣ ମେସେଜ୍ ଆସିବ।

Advertisment କେମିତି ଚେକ୍ କରିବେ ବାଲାନ୍ସ?

ରେଜିଷ୍ଟ୍ରେସନ୍ ପରେ ପୁଣିଥରେ SBIର WhatsApp ନମ୍ବରକୁ 'Hi' ପଠାନ୍ତୁ।

ଏହାପରେ ସ୍କ୍ରିନ୍‌ରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବାର ମେନୁ ଦେଖାଯିବ।

'Balance Enquiry' ବିକଳ୍ପ ଚୟନ କରି ଆକାଉଣ୍ଟ ବାଲାନ୍ସ ଜାଣିପାରିବେ।

ସେହିପରି 'Mini Statement' ବିକଳ୍ପ ମାଧ୍ୟମରେ ସାମ୍ପ୍ରତିକ କାରବାରର ବିବରଣୀ ମିଳିବ।

ଆବଶ୍ୟକ ହେଲେ ଉପଲବ୍ଧ ଷ୍ଟେଟମେଣ୍ଟ ସେବା ବ୍ୟବହାର କରିପାରିବେ।

୨୪ ଘଣ୍ଟା ମିଳିବ ସୁବିଧା SBI WhatsApp Bankingର ସବୁଠୁ ବଡ଼ ସୁବିଧା ହେଉଛି, ଗ୍ରାହକମାନେ ଯେକୌଣସି ସମୟରେ ସ୍ୱୟଂଚାଳିତ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିପାରିବେ।

ରବିବାର କିମ୍ବା ବ୍ୟାଙ୍କ ଛୁଟିଦିନରେ ମଧ୍ୟ ଏହି ସୁବିଧା ଉପଲବ୍ଧ।

ତେବେ ଗୋପନୀୟ ବ୍ୟାଙ୍କିଙ୍ଗ୍ ତଥ୍ୟ, PIN, ପାସୱାର୍ଡ କିମ୍ବା OTP କୌଣସି ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ।

କେବଳ ବ୍ୟାଙ୍କର ଯାଞ୍ଚ ହୋଇଥିବା ଅଫିସିଆଲ୍ ନମ୍ବର ବ୍ୟବହାର କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)