SBI: ଷ୍ଟେଟ୍ ବ୍ୟାଙ୍କ-ପିଏନ୍ବି-କାନାରା ବ୍ୟାଙ୍କ ମିଶ୍ରଣ ଖବର ମିଛ: କେନ୍ଦ୍ର
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ), ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଓ କାନାରା ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବାକୁ ଯାଉଥିବା ନେଇ ପ୍ରକାଶ ପାଇଥିବା ଖବରକୁ ସରକାର ମିଛ ବୋଲି କହିଛନ୍ତି। ପିଆଇବି ଫ୍ୟାକ୍ଟ ଚେକ୍ ତରଫରୁ କୁହାଯାଇଛି ଯେ ଏହି ତିନି ବ୍ୟାଙ୍କ ମିଶ୍ରଣକୁ ନେଇ କୌଣସି ପ୍ରସ୍ତାବକୁ ସରକାର ଅନୁମୋଦନ କରିନାହାନ୍ତି। ସୋସିଆଲ ମିିଡିଆରେ ଯେଉଁ ଖବରକାଗଜର ଲେଖା ପ୍ରଚାର ହେଉଛି ତାହା ବିଭ୍ରାନ୍ତୀକର ଏବଂ କୌଣସି ଚର୍ଚ୍ଚିତ ସମ୍ବାଦପତ୍ରର ତାହା ଲେଖା ନୁହେଁ। ସରକାରଙ୍କ ତରଫରୁ ମଧ୍ୟ ସେଭଳି କୌଣସି ସୂଚନା ଦିଆଯାଇନାହିଁ। ଏଭଳି ଭ୍ରମାତ୍ମକ ଖବର ନଜରକୁ ଆସିଲେ ତୁରନ୍ତ ପିଆଇବି ଫ୍ୟାକ୍ଟ ଚେକ୍ର ଦୃଷ୍ଟି ଆକର୍ଷଣ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।