Lord Jagannath: ସ୍ନାନପୂର୍ଣ୍ଣିମା ପାଇଁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଚଳଚଞ୍ଚଳ

Jun 29, 2026 - 23:22
Lord Jagannath: ସ୍ନାନପୂର୍ଣ୍ଣିମା ପାଇଁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଚଳଚଞ୍ଚଳ

"କୋରାପୁଟ (ପ୍ରଦୀପ ପାଢ଼ୀ): ରଥଯାତ୍ରାର ପୂର୍ବ ଉତ୍ସବ ସ୍ନାନ ପୂର୍ଣ୍ଣିମା ଅବସରରେ କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

ଆଜି ବିଧିବଦ୍ଧ ଭାବେ ଚତୁର୍ଦ୍ଧାମୂରତିଙ୍କ ଦେବସ୍ନାନ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Advertisment ନୀତି ଅନୁଯାୟୀ ସକାଳୁ ୭ ଟା ମଧ୍ୟରେ ଶହଶହ ସଂଖ୍ୟାରେ ଭକ୍ତମା‌ନେ ସଂକୀର୍ତ୍ତନ ସହ ସୁନା କୂଅରୁ ୧୦୮ ଗରା ପବିତ୍ର ଜଳ ସଂଗ୍ରହ କରାଯାଇଥିଲା।

ପରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବା ପରେ ପ୍ରାୟ ୯.୩୦ରେ  ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ବିଜେ କରିଥିଲେ।

ମଧ୍ୟାହ୍ନରେ ପର୍ଯ୍ୟାୟକ୍ରମେ ଚତୁର୍ଦ୍ଧାମୂରତିଙ୍କୁ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା।

ପରେ ଅପରାହ୍ନରେ ସ୍ନାନ ମଣ୍ଡପରେ ଠାକୁରମାନେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।

ଏହି ବିରଳ ବେଶ ଦର୍ଶନ ପାଇଁ ସ୍ନାନ ମଣ୍ଡପ ପ୍ରାଙ୍ଗଣରେ ଭକ୍ତଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା।

Lord Jagannath: ପାରଳାଖେମୁଣ୍ଡିରେ ସ୍ନାନଯାତ୍ରା, ଭକ୍ତଙ୍କ ଅପାର ସମାଗମ ଶାବର ଶ୍ରୀକ୍ଷେତ୍ର ରେ ଶ୍ରୀ ଜିଉଙ୍କ ଦେବସ୍ନାନ ନୀତି ଓ ଗଜାନନ ବେଶ ଦେଖିବା ପାଇଁ କୋରାପୁଟ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।

ରାତି ୯.୩୦ ଘ ପରେ ଠାକୁର ମାନେ ଅଣସର ପିଣ୍ଡିକୁ ବିଜେ କରିଥିଲେ।

ଶାବର ଶ୍ରୀକ୍ଷେତ୍ର ର ପରମ୍ପରା ଅନୁଯାୟୀ ଆସନ୍ତା କାଲିଠାରୁ ଆଦିବାସୀ ସେବକ ମାନେ ଅଣସର ସମୟରେ ଠାକୁରଙ୍କ ସେବା ଓ ଉପଚାର କରିବେ।

ଅନ୍ୟପଟେ  ନାଟ ମଣ୍ଡପ ରେ ପଟି ଦିଅଁ  ସର୍ବ ସାଧାରଣ ଙ୍କୁ ଦର୍ଶନ ଦେବେ।

ଉତ୍ସବକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିରର ଭାରପ୍ରାପ୍ତ ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।

ଉତ୍ସବରେ ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବାକୁ ମନ୍ଦିର ପକ୍ଷରୁ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ପ୍ରାୟ ଦୁଇ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

"