Saurav Das Faces Passport Trouble: ପାସପୋର୍ଟରେ ଜନ୍ମସ୍ଥାନ ଭୁଲ୍, UK ଯିବାକୁ ବିମାନବନ୍ଦରରେ ଅଟକିଲେ CJP ମୁଖପାତ୍ର ସୌରଭ ଦାସ

Nov 24, 2026 - 18:38
Saurav Das Faces Passport Trouble: ପାସପୋର୍ଟରେ ଜନ୍ମସ୍ଥାନ ଭୁଲ୍, UK ଯିବାକୁ ବିମାନବନ୍ଦରରେ ଅଟକିଲେ CJP ମୁଖପାତ୍ର ସୌରଭ ଦାସ

ପାସପୋର୍ଟରେ ଜନ୍ମସ୍ଥାନକୁ ନେଇ ତ୍ରୁଟି ଥିବାରୁ ବିଦେଶ ଯାତ୍ରା କରିପାରିଲେନି CJPର ମୁଖ୍ୟ ମୁଖପାତ୍ର ସୌରଭ ଦାସ।

ବ୍ରିଟେନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଲଣ୍ଡନ ଯାଉଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଅଟକାଇ ଦିଆଯାଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment ସୂଚନା ଅନୁସାରେ, ସୌରଭ ଦାସ ଅକ୍ସଫୋର୍ଡ, କେମ୍ବ୍ରିଜ୍, ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ (LSE) ଏବଂ ଏଡିନବର୍ଗ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ କକରୋଚ୍ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବାକୁ ବ୍ରିଟେନ ଯାଉଥିଲେ।

ତେବେ ଦିଲ୍ଲୀ ବିମାନବନ୍ଦରରୁ ସେ ଏକ ଭିଡିଓ ସେୟାର କରି ତାଙ୍କୁ ବିଦେଶ ଯାତ୍ରାରୁ ଅଟକାଯାଉଥିବା ଅଭିଯୋଗ କରିଥିଲେ।

ତେବେ ଏହି ଘଟଣା ପଛରେ ଅନ୍ୟ କାରଣ ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ସୌରଭ ଦାସଙ୍କ ପାସପୋର୍ଟରେ ଜନ୍ମସ୍ଥାନ ଭୁଲ୍ ଭାବେ ଚେନ୍ନାଇ ଉଲ୍ଲେଖ ରହିଥିଲା।

ଏହି ତ୍ରୁଟିକୁ ନେଇ ତାଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିନଥିବା ସୂତ୍ରରୁ ଜଣାପଡ଼ିଛି।

Advertisment ଏହାପରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ପାସପୋର୍ଟ ଜବତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ନଭେମ୍ବର ୨୩ ତାରିଖରେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ରହିଛି।

ଏହାର ଜବାବ ସାତ ଦିନ ମଧ୍ୟରେ ଦାଖଲ କରିବାକୁ ସୌରଭଙ୍କୁ କୁହାଯାଇଛି।

ଜବାବ ଦାଖଲ ନକରିବା ପର୍ଯ୍ୟନ୍ତ ପାସପୋର୍ଟ ବ୍ୟବହାର କରି କୌଣସି ଯାତ୍ରା ନକରିବାକୁ ମଧ୍ୟ ନୋଟିସ୍‌ରେ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)