Saudi Arabia: ଇରାନ ଯୁଦ୍ଧ ହୁତି ଆକ୍ରମଣ ପରେ ସାଉଦିର ପାଇପ୍‌ଲାଇନ ବନ୍ଦ

Sep 12, 2026 - 20:54
Saudi Arabia: ଇରାନ ଯୁଦ୍ଧ ହୁତି ଆକ୍ରମଣ ପରେ ସାଉଦିର ପାଇପ୍‌ଲାଇନ ବନ୍ଦ

"କାହିରୋ: ଡ୍ରୋନ୍ ଆକ୍ରମଣ ପରେ ସାଉଦି ଆରବଶୁକ୍ରବାର ନିଜର ଏକ ମୁଖ୍ୟ ତୈଳ ପାଇପଲାଇନକୁ ବନ୍ଦ କରିଦେଇଛି।

ଏଥିସହିତ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ଏକ ରଣନୈତିକ ଦ୍ୱୀପ ଦଖଲ କରି ନୂଆ ସଙ୍କଟ ସୃଷ୍ଟି କରିଛନ୍ତି।

ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀ ନିକଟରେ ହୁତି ବିଦ୍ରୋହୀମାନେ ବିଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ସାମରିକ ସଫଳତା ହାସଲ କରିଛନ୍ତି।

ଏହି ପଦକ୍ଷେପ ଅନ୍ତର୍ଜାତୀୟ ବଜାରରେ ତୈଳ ଓ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରି ଆମେରିକା ଉପରେ ଚାପ ପକାଇବା ପାଇଁ ଇରାନର ରଣନୀତିକୁ ଅଧିକ ବଳପ୍ରଦାନ କରିପାରେ।

ସାଉଦି ଆରବର ଶକ୍ତି ମନ୍ତ୍ରାଳୟ ଅନୁଯାୟୀ, ଇଷ୍ଟ-ୱେଷ୍ଟ ପାଇପ୍‌ଲାଇନ ବନ୍ଦ କରିବା ଏକ ସତର୍କତାମୂଳକ ପଦକ୍ଷେପ।Advertisment ସାଉଦି ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣ ପାଇଁ ଇରାକ ପଟୁ ହୋଇଥିବା ଡ୍ରୋନ୍‌ ଆକ୍ରମଣକୁ ଦାୟୀ କରିଛି।

ଇରାକ ସରକାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୧୯୮୦ ଦଶକରେ ନିର୍ମିତ ଏହି ଇଷ୍ଟ-ୱେଷ୍ଟ ପାଇପଲାଇନ ହର୍ମୁଜ ପ୍ରଣାଳୀ ବାଧାପ୍ରାପ୍ତ ହେବା ପରେ ସାଉଦି ଆରବ ପାଇଁ ତୈଳ ରପ୍ତାନିର ମୁଖ୍ୟ ମାଧ୍ୟମ ପାଲଟିଥିଲା।

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଅନୁଯାୟୀ, ଜୁନ୍ ପ୍ରାରମ୍ଭ ସୁଦ୍ଧା ସାଉଦି ଆରବ ଲୋହିତ ସାଗର ବନ୍ଦର ଦେଇ ଦୈନିକ ୫୦ ଲକ୍ଷ ବ୍ୟାରେଲରୁ ଅଧିକ ତୈଳ ରପ୍ତାନି କରୁଥିଲା।

ତେବେ ହୁତି ଆକ୍ରମଣ ଓ ମୟୁନ୍ ଦ୍ୱୀପ ଦଖଲ ଏହି ରପ୍ତାନି ପଥକୁ ଅଧିକ ଜଟିଳ କରିଦେଇଛି।

ବାବ୍ ଏଲ୍-ମାନ୍ଦେବ୍ ନିକଟସ୍ଥ ମୟୁନ୍ ଦ୍ୱୀପ ଓ ମୋଖା ସହର ହୁତି କବ୍‌ଜାରେ ହୁତି ବିଦ୍ରୋହୀମାନେ ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀରେ ଥିବା ମୟୁନ୍ (ପେରିମ୍) ନାମକ ଦ୍ୱୀପକୁ ଦଖଲ କରିଥିବା ୟେମେନର ସ୍ୱୀକୃତିପ୍ରାପ୍ତ ସରକାର ଓ ହୁତି ପକ୍ଷରୁ ନିଶ୍ଚିତ କରାଯାଇଛି।

ସାଉଦି ଜାହାଜ ବ୍ୟତୀତ ଅନ୍ୟ ସମସ୍ତ କମ୍ପାନି ପାଇଁ ସାମୁଦ୍ରିକ ଯାତାୟାତ ସୁରକ୍ଷିତ ବୋଲି ହୁତି ବାହିନୀ ଘୋଷଣା କରିବା ସହ ସାଉଦି ଆରବ ବିରୋଧରେ ଲଢ଼େଇ ତୀବ୍ର କରିବାକୁ ଚେତାବନୀ ଦେଇଛି।

ଏହି ଅସ୍ଥିରତା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଡେଇଁଛି, ଯାହା ତେହେରାନକୁ ଆଲୋଚନା ପାଇଁ ଅଧିକ ସୁଯୋଗ ଦେଇଛି।

ଜୁଲାଇ ମାସରୁ ହୁତି ବିଦ୍ରୋହୀମାନେ ସାଉଦି ଜାହାଜ ଓ ତୈଳ ଭିତ୍ତିଭୂମି ଉପରେ କ୍ରମାଗତ ଆକ୍ରମଣ ଚଳାଇଛନ୍ତି।

ହୁତି ବିଦ୍ରୋହୀମାନେ ମୋଖା ସହର ଦଖଲ କରିବା ପରେ ସାଉଦି ବିମାନ ବାହିନୀ ସେଠାକାର ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା।

ସାଉଦି ଆରବ ଦ୍ୱାରା ଦୃଢ଼ ସାମରିକ ପଦକ୍ଷେପ ନିଆଯାଉ ନ ଥିବାରୁ ୟେମେନ ସରକାର ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଆମେରିକାର ଅନୁମତି ଅଭାବ ଓ ସେନା ମଧ୍ୟରେ ସମନ୍ୱୟ ଅଭାବକୁ ଦାୟୀ କରିଛନ୍ତି।

ବାବ୍ ଏଲ୍-ମାନ୍ଦେବ୍ ପ୍ରଣାଳୀ ଦେଇ ହେଉଥିବା ଜାହାଜ ଯାତାୟାତ ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଥିବାରୁ ସାଉଦି ଆରବ ବର୍ତ୍ତମାନ ସୁଏଜ୍ କେନାଲ କିମ୍ବା ଇଜିପ୍ଟ ପାଇପଲାଇନ ଦେଇ ଭୂମଧ୍ୟସାଗର ବାଟରେ ଏସିଆର ଗ୍ରାହକମାନଙ୍କୁ ତୈଳ ପଠାଇବାକୁ ବାଧ୍ୟ ହେଉଛି।

ଏହି ସଙ୍କଟ ସମୟରେ ଇରାନ ବୈଦେଶିକ ମନ୍ତ୍ରାଳୟ ସାଉଦି ଅବରୋଧ ହଟାଇବା ଓ ହୁତିଙ୍କ ସହ ପୁନର୍ବାର ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ ଦେଇଛି।

ମଧ୍ୟପ୍ରାଚ୍ୟରେ ଆମେରିକା "ଆଞ୍ଚଳିକ ପୁଲିସ୍‌" ହେବାର ଆବଶ୍ୟକତା ନାହିଁ: ପେଜେସ୍କେିଆନ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)