India bridges Iran-UAE Differences: ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାନାମା: କୌଣସି ମତଭେଦ ରୋକିପାରିଲାନି

Sep 12, 2026 - 20:54
India bridges Iran-UAE Differences: ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାନାମା: କୌଣସି ମତଭେଦ ରୋକିପାରିଲାନି

"ନୂଆଦିଲ୍ଲୀ: ଏକ ବଡ଼ କୂଟନୈତିକ ସଫଳତାକ୍ରମରେ ଶନିବାର ବ୍ରିକ୍ସ ଶିଖର ସମ୍ମିଳନୀରେ ସର୍ବସମ୍ମତିକ୍ରମେ "ନୂଆଦିଲ୍ଲୀ ଘୋଷଣାନାମା" ଗ୍ରହଣ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ସହମତି ପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ମିଳିତ ବିବୃତି ଉପରେ ଏକମତ ହେବା ବୈଶ୍ବିକ କୂଟନୀତିରେ ଏକ ନୂଆ ଅଧ୍ୟାୟ ‌‌ଯୋଡ଼ିଛି।

ସମ୍ମିଳନୀର ଉଦ୍‌ଯାପନୀ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀବ୍ରିକ୍ସ ନେତାମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ଏହି ନିଷ୍ପତ୍ତି ଘୋଷଣା କରିଥିଲେ।

ଏହି ଘୋଷଣାନାମା ନେଇ କୌଣସି ସଦସ୍ୟ ଆପତ୍ତି ଉଠାଇ ନାହାନ୍ତି, ନୂଆଦିଲ୍ଲୀ ଘୋଷଣାନାମା ୨୦୨୬ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀ ଘୋଷଣାନାମା ବ୍ରିକ୍ସର ମିଳିତ ସଂକଳ୍ପକୁ ଏକ ସ୍ପଷ୍ଟ ଦିଗଦର୍ଶନ ଦେଉଛି।

ଏବେ ଏହି ସଂକଳ୍ପଗୁଡ଼ିକୁ ବାସ୍ତବ ଫଳାଫଳରେ ପରିଣତ କରିବା ଆମର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।Advertisment ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ସଫଳତା ମିଳିଛି, କାରଣ ଶୁକ୍ରବାର ରାତି ତମାମ ମଳିତି ଘୋଷଣାନାମା ନେଇ ଆଲୋଚନା ଚାଲିଥିଲା।

ଅନେକ ବିବାଦୀୟ ପ୍ରସଙ୍ଗରେ ମତଭେଦ ଥିଲେ ମଧ୍ୟ ଭାରତ ସମସ୍ତ ଦେଶ ସହ ନିରନ୍ତର ଆଲୋଚନା କରି ସହମତି ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା।

ବିଶେଷକରି ଇରାନ, ସାଉଦି ଆରବ ଓ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ବିବାଦରେ ଭିନ୍ନ ସ୍ଥିତିରେ ଥିବା ଦେଶଗୁଡ଼ିକୁ ଗୋଟିଏ ମଞ୍ଚରେ ଏକଜୁଟ କରି ସହମତି ଆଣିବା ଭାରତ ପାଇଁ ଏକ ଜଟିଳ କୂଟନୈତିକ ଆହ୍ୱାନ ଥିଲା।

ଭିନ୍ନମତ ସତ୍ତ୍ୱେ ଭାରତର ନେତୃତ୍ୱରେ ସମାଧାନ ପଶ୍ଚିମ ଏସିଆ ଓରୁଷ୍‌-ୟୁକ୍ରେନ୍‌ ସଂଘର୍ଷ ଜାରି ରହିଥିବା ସମୟରେ ଭାରତର ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତର ଦକ୍ଷ କୂଟନୈତିକ ଚାଲ୍‌ ଯୋଗୁଁ କୌଣସି ମତଭେଦ ବ୍ରିକ୍ସ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିପାରିନଥିଲା।

ଏହାପୂର୍ବରୁ ୨୦୨୩ ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ମଧ୍ୟ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ସହିତ ରୁଷ୍‌-ଚୀନ୍‌ ମଧ୍ୟରେ ତୀବ୍ର ମତଭେଦ ସତ୍ତ୍ୱେ ଭାରତ ସର୍ବସମ୍ମତିକ୍ରମେ ଘୋଷଣାନାମା ଗ୍ରହଣ କରାଇବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ, ଚଳିତ ଶନିବାର ଓ ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏହି ବାର୍ଷିକ ସମ୍ମିଳନୀରେ ସମ୍ପ୍ରସାରିତ ବ୍ରିକ୍ସ ଗୋଷ୍ଠୀର ନେତାମାନେ ଯୋଗ ଦେଇଛନ୍ତି।

ଏହି ଗୋଷ୍ଠୀରେ ବ୍ରାଜିଲ, ରୁଷ୍, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌ ଓ ୟୁଏଇ ସାମିଲ ଅଛନ୍ତି।

ମୁଖ୍ୟତଃ ଗଲ୍ଫ ସଂଘର୍ଷରେ ପରସ୍ପର ବିରୋଧରେ ଥିବା ଇରାନ୍‌ ଓ ୟୁଏଇ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଏହି ସର୍ବସମ୍ମତ ଘୋଷଣାନାମା ପ୍ରସ୍ତୁତ କରାଯାଇପାରିଛି।

ମୟୂରଭଂଜରେ ଦୁଇ ରେଳ ଲାଇନ ସଂଯୋଗ ତ୍ୱରାନ୍ୱିତ ହେବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)