Indian Railways: ମୟୂରଭଂଜରେ ଦୁଇ ରେଳ ଲାଇନ ସଂଯୋଗ ତ୍ୱରାନ୍ୱିତ ହେବ
"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଦୀର୍ଘ ଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ଓ ନୂଆ ରେଳ ସଂଯୋଗକୁ ନେଇ ଦାବି ହୋଇଆସୁଥିବା ବେଳେ ଏବେ ଏହି ପ୍ରକ୍ରିୟାରେ ତ୍ୱରାନ୍ୱିତି ଦେଖିବାକୁ ମିଳିଛି।
ଗୋରୁମହିଷାଣୀ ଠାରୁ ବାଙ୍ଗିରିପୋଷି ଏବଂ ବାଦାମପାହାଡ଼ ଠାରୁ କେନ୍ଦୁଝର ପର୍ଯ୍ୟନ୍ତ ରେଳ ସଂଯୋଗକୁ ନେଇ ରେଳ ବିଭାଗ ପକ୍ଷରୁ ନିରୀକ୍ଷଣ ଆରମ୍ଭ ହୋଇଛି।
Advertisment ଏହି ପରିପ୍ରେକ୍ଷୀରେ ଆଜି ଦିଲ୍ଲୀ ରେଳ ବୋର୍ଡର ମୁଖ୍ୟ ଯନ୍ତ୍ରୀ ଓ ଚକ୍ରଧରପୁର ଦକ୍ଷିଣ-ପୂର୍ବ ରେଳ ବିଭାଗର ଏଆରଏମ୍ ସମୀର ସୌରଭ ଏକ ସତାନ୍ତ୍ର ଟ୍ରେନ୍ ଯୋଗେ ସମେତ ରେଳ ବୋର୍ଡର ଚିଫ୍ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ, ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ବିଭିନ୍ନ ଷ୍ଟେସନ୍ ନିରୀକ୍ଷଣ କରିଛନ୍ତି।
ନିରୀକ୍ଷଣ ସମୟରେ ରେଳ ଲାଇନ ସଂଯୋଗ, ଷ୍ଟେସନର ଭିତ୍ତିଭୂମି,ପ୍ଲାଟଫର୍ମ ଏବଂ ଆଗାମୀ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି।
ଗୋରୁମହିଷାଣୀଠାରୁ ବାଙ୍ଗିରିପୋଷି ଏବଂ ବାଦାମପାହାଡ଼ ଠାରୁ କେନ୍ଦୁଝର ରେଳ ଲାଇନ ସଂଯୋଗ କାର୍ଯ୍ୟକୁ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ କରାଯିବା ନେଇ ସୂଚନା ମିଳିଛି।
ଏହି ରେଳ ସଂଯୋଗ ଦ୍ୱାରା ଅଞ୍ଚଳର ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବା ସହିତ ଶିଳ୍ପ, ବ୍ୟବସାୟ ଓ ଖଣିଜ ସମ୍ପଦ ପରିବହନ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।
ଏହାସହିତ ମୟୂରଭଞ୍ଜର ଦୁର୍ଗମ ଅଞ୍ଚଳଗୁଡ଼ିକ ରେଳ ନେଟୱର୍କ ସହ ଯୋଡ଼ିହେବାର ଆଶା ମଧ୍ୟ ବଢ଼ିଛି।
ରେଳ ଭିତ୍ତିଭୂମି ପାଇଁ ମିଳିବ ୧ଲକ୍ଷ କୋଟି ଅନ୍ୟପକ୍ଷରେ ଷ୍ଟେସନଗୁଡ଼ିକର ପ୍ଲାଟଫର୍ମକୁ ଆଧୁନିକ ଓ ଉନ୍ନତ ଧରଣର କରାଯିବା ନେଇ ମଧ୍ୟ ରେଳ ବିଭାଗ ପକ୍ଷରୁ ଯୋଜନା ରହିଥିବା ଜଣାପଡ଼ିଛି।
ବିଶେଷକରି ବାଦାମପାହାଡ଼ ରେଳ ଷ୍ଟେସନରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିବା ସୂଚନା ମିଳିଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ବାଦାମପାହାଡ଼ ଠାରୁ କେନ୍ଦୁଝର ମଧ୍ୟରେ ମୋଟ ୬ ଟି ନୂତନ ଷ୍ଟେସନ ନିର୍ମାଣ ନେଇ ଯୋଜନା ଥିବା ଜଣାପଡ଼ିଛି।
ସେଗୁଡିକ କଳସବନ୍ଧ, ଟାଙ୍ଗାବିଲା, ସିଙ୍ଗଡା,ଘୋଷଡା, ଚେମେଣା, ଖିରେଇଟାଙ୍ଗରି ରହିଛି।
ସେହିଭଳି ଗୋରୁମହିଷାଣୀ ଠାରୁ ବାଙ୍ଗିରିପୋଷି ମଧ୍ୟରେ ଆଉ ୬ ନୂତନ ଷ୍ଟେସନ ନିର୍ମାଣ ହେବାର ସୂଚନା ମିଳିଛି, ସେଗୁଡିକ ହେଲା ନିଉ ରାଇରଙ୍ଗପୁର,ପାଟପୁର, ବାଙ୍କୀ, ବିଶୋଇ,ଚାରାବନ୍ଧ,ଚାନ୍ଦବିଲ ବୋଲି ଜାଣିବାକୁ ମିଳିଛି।
ରେଳ ଅଧିକାରୀଙ୍କ ଏହି ନିରୀକ୍ଷଣକୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି।
ଦୀର୍ଘଦିନର ରେଳ ସଂଯୋଗ ସ୍ୱପ୍ନ ଖୁବଶୀଘ୍ର ବାସ୍ତବ ରୂପ ନେବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
