Sarpanch: କଥାଦେଇ କଥା ରଖିଲେ ସରପଞ୍ଚ: ମାସିକ ଭତ୍ତା ଟଙ୍କାରୁ କଲେ ବିଦ୍ୟୁତ ସଂଯୋଗ

Nov 16, 2026 - 15:23
Sarpanch: କଥାଦେଇ କଥା ରଖିଲେ ସରପଞ୍ଚ: ମାସିକ ଭତ୍ତା ଟଙ୍କାରୁ କଲେ ବିଦ୍ୟୁତ ସଂଯୋଗ

ସୋର: ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ପଞ୍ଚାୟତର ପଦାନପଡା ଗ୍ରାମର ଗୋଟିଏ ସାହିକୁ ବିଦ୍ୟୁତ ସଂଯୋଗ ହୋଇନଥିଲା।

ଫଳରେ ୨୦ରୁ ଅଧିକ ପରିବାର ଅନ୍ଧାରରେ ଜୀବନ ଅତିବାହିତ କରୁଥିଲେ।

ବିଭିନ୍ନ ଅଧିକାରୀ ଓ ରାଜନେତାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା।

ହେଲେ ଏବେକାର ସରପଞ୍ଚ ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରି ସେମାନଙ୍କୁ ଆଲୋକ ଦେଖାଇଛନ୍ତି।

Advertisment ୧୬ ଟି ବିଦ୍ୟୁତ ଖୁଣ୍ଟି ପକାଇ ବିଦ୍ୟୁତ ସଂଯୋଗ କରାଇଲେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଂଚାୟତର ସରପଞ୍ଚ ନିଜର ମାସିକ ଭତ୍ତା ଟଙ୍କାରୁ ଗୋଟିଏ ଗାଁର ୨୦ ପରିବାରକୁ ବିଦ୍ୟୁତ ସଂଯୋଗ କରାଇଛନ୍ତି।

ସରପଞ୍ଚ ଗୀତାରାଣୀ ଦାଶଙ୍କ କହିବା ଅନୁସାରେ; ଗତ ପଂଚାୟତ ନିର୍ବାଚନ ସମୟରେ ସେ ଗାଁର ଲୋକମାନଙ୍କୁ ବିଦ୍ୟୁତ ସଂଯୋଗ କରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ନିଜର ପୂର୍ବ ପ୍ରତିଶ୍ରୁତିକୁ ରକ୍ଷା କରି ନିଜ ମାସିକ ଭତ୍ତା ଟଙ୍କାରୁ ୧ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ କରି ୧୬ ଟି ବିଦ୍ୟୁତ ଖୁଣ୍ଟି ପକାଇ ବିଦ୍ୟୁତ ସଂଯୋଗ କରାଇଥିବା ଜଣାପଡିଛି।

ଏହାକୁ ନେଇ ଗ୍ରାମବାସୀମାନେ ଖୁସି ବ୍ୟକ୍ତ କରିଛନ୍ତି ଓ ସରପଞ୍ଚ ଗୀତାରାଣୀ ଦାଶଙ୍କୁ ସାଧୁବାଦ ଜଣାଇଛନ୍ତି।

Theft: ଛଟ୍ ପୂଜା ଦେଖିବାକୁ ଯାଇଥିଲେ ପରିବାର, ଘରେ ପଶି ଅଢ଼େଇ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଲୁଟିନେଲେ ଚୋର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)