Sambad Sahityaghar: ‘ସାହିତ୍ୟର ଲେଖନୀରେ ସାମାଜିକ ଅବକ୍ଷୟ ବିରୋଧରେ ସ୍ୱର ଉଠୁ’

Aug 29, 2026 - 21:44
Sambad Sahityaghar: ‘ସାହିତ୍ୟର ଲେଖନୀରେ ସାମାଜିକ ଅବକ୍ଷୟ ବିରୋଧରେ ସ୍ୱର ଉଠୁ’

"ରଗଡ଼ି: ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସାମାଜିକ ଅବକ୍ଷୟ, ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାହିତ୍ୟର ଲେଖନୀ ଶାଣିତ ହେବା ଆବଶ୍ୟକ।

ସମାଜରେ ସ୍ୱାଭାବିକ ନେତୃତ୍ୱର ସଙ୍କଟ ଦୂର କରି ଏକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ଏକଜୁଟ ହେବାକୁ ପଡ଼ିବ ବୋଲି ଯାଜପୁରରୋଡ଼ ଦମକଳକେନ୍ଦ୍ର ଛକ ନିକଟ ନଗୁଆଁସ୍ଥିତ ହୀରା ରେସ୍ତୋରାଁରେ ଶନିବାର ସମ୍ବାଦ-ସାହିତ୍ୟଘର (ବ୍ରାହ୍ମଣୀଦେବୀ ଶାଖା)ର ସପ୍ତମ ବାର୍ଷିକୋତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ।Advertisment ଆୟୋଜିତ ଉତ୍ସବକୁ ପୂର୍ବତନ ମନ୍ତ୍ରୀ ଡ.

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦ୍‌ଘାଟନ କରି କହିଥିଲେ, ଏବେ ରାଜନୀତିର ପରିଭାଷା ବଦଳିଛି।

ସମାଜ ପୁଞ୍ଜିବାଦର କବଳକୁ ଚାଲିଯାଇଛି।

ପରିବର୍ତ୍ତନ ଆଣିବାର ଲୋଭ ଦେଖାଇ ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡ଼ିରହୁଛି।

ତା ବିରୋଧରେ ଶିକ୍ଷିତ ଓ ସଚେତନ ସମାଜ ଆଗକୁ ଆସିବାର ବେଳ ଆସିଛି।

କବି, ସାହିତ୍ୟିକମାନେ କେବଳ ଭାଷା ସୁରକ୍ଷା ଦିଗରେ ଲେଖନୀ ଚାଳନା ନକରି ଅବକ୍ଷୟମୁଖୀ ସମାଜକୁ ପୁଣିଥରେ ଉଠାଇବା ପାଇଁ ସେ ସ୍ବର ଉଠାଇବାକୁ ଆହ୍ବାନ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସମ୍ବାଦ-ସାହିତ୍ୟଘରର ରାଜ୍ୟ ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, କେବଳ କବିତା, ଗଳ୍ପ କିମ୍ବା ପ୍ରବନ୍ଧ ରଚନାରେ ସାହିତ୍ୟର ଭୂମିକା ସୀମିତ ନୁହେଁ।

ଓଡ଼ିଆ ଭାଷାର ସୁରକ୍ଷା ସହ ପରିବେଶ ସୁରକ୍ଷା ଓ ରାଖୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସାହିତ୍ୟଘର ନିଜର ଦାୟିତ୍ୱ ତୁଲାଇଆସୁଛି।

ସମାଜରେ ଏବେ ସ୍ୱାଭାବିକ ନେତୃତ୍ୱ ସଙ୍କଟ ଦେଖାଦେଇଛି।

ଅର୍ଥବଳ କିମ୍ବା ଭୋଟ କିଣିବାର କ୍ଷମତା ଆଧାରରେ ନେତୃତ୍ୱର ପରିଚୟ ସୃଷ୍ଟି ହେବା ସମାଜ ପାଇଁ ଚିନ୍ତାଜନକ।

ନେତୃତ୍ୱ ପାଇଁ ନିର୍ବାଚନ ଲଢ଼ିବା କିମ୍ବା ରାଜନୈତିକ ଦଳରେ ଯୋଗଦେବା ଅନିବାର୍ଯ୍ୟ ନୁହେଁ; ସମାଜରୁ ସ୍ୱାଭାବିକ ନେତୃତ୍ୱର ବିକାଶ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ପ୍ରତ୍ୟେକ ଘରକୁ ସାହିତ୍ୟଘରରେ ପରିଣତ କରିବା ସହ ରକ୍ତଦାନ, ନିଶା ନିବାରଣ ଓ ସବୁଜ-ସୁନ୍ଦର ପରିବେଶ ଗଠନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଭାବେ ଓଡ଼ିଶାକୁ ଏକ ବୃହତ୍‌ ପରିବାର ଭାବେ ଗଢ଼ିତୋଳିବାର ଆହ୍ୱାନ ଦିଆଯାଇଥିଲା।  "ସମ୍ବାଦ-ସାହିତ୍ୟଘର" ପକ୍ଷରୁ ବୃକ୍ଷରୋପଣ: ପାତ୍ରପଡ଼ା-ଭଗବାନପୁର ସରକାରୀ ଉଚ୍ଚବିଦ୍ୟ‌ାଳୟ ସ୍ୱତନ୍ତ୍ର ଅତିଥି ଭାବେ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ.

ଶୁଭଶ୍ରୀ ଲେଙ୍କା ଏବଂ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶିବଚରଣ ମାଝୀ ଯୋଗଦେଇ ଓଡ଼ିଆ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ।

ସାହିତ୍ୟ ସଭା ନୂତନ ଚିନ୍ତାଧାରା ଓ ସୃଜନଶୀଳତାର ଅନ୍ତୁଡ଼ିଶାଳ।

ଏହାକୁ ସର୍ବଦା ଉଜ୍ଜୀବିତ ରଖିବାକୁ ସେମାନେ ମତପ୍ରକାଶ କରିଥିଲେ।

ଶାଖାର ସଭାପତି ଆର୍ତ୍ତଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଓ ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

୫୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ।

ନୃସିଂହ ଚରଣ ଦାସ ସଭାପତିତ୍ୱ କରିଥିବା ବେଳେ ମଦନମୋହନ କର ସମୀକ୍ଷା କରିଥିଲେ।

ଉଷାରାଣୀ ବେହେରା, ହୃଷୀକେଶ ସାହୁ, ଗୋପାଳ ଚରଣ ସାହୁ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତା ପାଠ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ରଘୁନାଥ ଶତପଥୀ ପ୍ରାରମ୍ଭିକ ସଙ୍ଗୀତ ଓ ବେଦପାଠ କରିଥିବା ବେଳେ ତାରିଣୀ ପ୍ରସାଦ ପୁହାଣ ଅତିଥି ପରିଚୟ ଦେଇଥିଲେ।

ସମ୍ପାଦିକା ଧରିତ୍ରୀ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିବା ପରେ ସମ୍ବାଦ-ସାହିତ୍ୟଘରର ମୁଖପତ୍ର "ବ୍ରାହ୍ମଣୀଦେବୀ" ଓ ସମ୍ବାଦରେ ପ୍ରକାଶିତ ଇନ୍ଦ୍ରଧନୁ ପୃଷ୍ଠା ଲୋକାର୍ପିତ ହୋଇଥିଲା।

ଏହି ଅବସରରେ ଅଗ୍ନିଶମ ବିଭାଗର ଅଧିକାରୀ ତାପସ କୁମାର ମନ୍ତ୍ରୀ, ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ.

କୁଳମଣି ବାରିକ, ସମାଜସେବୀ ତଥା ଗୋସେବକ ଦୀନେଶ ମସ୍କାରା, ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ, ବରିଷ୍ଠ ସାମ୍ବାଦିକ ପବିତ୍ରମୋହନ ରାଉତରାୟ, ସମାଜସେବୀ ଗୋପାଳ ଚରଣ ସାହୁ, ନୃତ୍ୟଶିଳ୍ପୀ ସାମ୍ବାନୀ ନାୟକ ଏବଂ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସଫଳ ଆଦିତ୍ୟ ସାମଲ ଓ ଉଷାରାଣୀ ବେହେରାଙ୍କୁ ସଫଳତା ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବାଦ-ସାହିତ୍ୟଘରର ସ୍ଥାନୀୟ ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ପୀତବାସ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)