SAD: ହସ୍ପିଟାଲରୁ ଡିସଚାର୍ଜ ହେବାପରେ ବାଦଲ କହିଲେ ମୁଁ ଭୟ କରୁନି
"ଅମୃତସର: ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଗୁରୁବାର ଏକ ଗୁରୁଦ୍ବାରରେ କୃପାଣ ଆକ୍ରମଣର ଶିକାର ହୋଇଥିଲେ।
ତାଙ୍କ ହାତରେ ଗଭୀର ଆଘାତ ଲାଗିଥିଲା।
ଏଥିପାଇଁ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି।
ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ବାଦଲଙ୍କ ଅସ୍ତ୍ରୋପଚାର ପ୍ରାୟ ୯୦ ମିନିଟ୍ ଧରି ଚାଲିଥିଲା।
ଶୁକ୍ରବାର ସକାଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଏହାପରେ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ବାଦଲଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ହସ୍ପିଟାଲରୁ ଡିସଚାର୍ଜ ହେବାପରେ ବାଦଲ ଗଣମାଧ୍ୟମରେ ପ୍ରଥମ ଟିପ୍ପଣୀ ରଖି କହିଛନ୍ତି, ସେ ଭୟ କରିନାହାନ୍ତି।Advertisment ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ବାଦଲ କହିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ ହେଉଛି ପଞ୍ଜାବରେ ସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ନଷ୍ଟ କରିବା।
କିନ୍ତୁ ଏଥିପାଇଁ ମୁଁ କେବେ ବି ଅନୁମତି ଦେବିନାହିଁ।
ପୂର୍ବରୁ ମଧ୍ୟ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ସେ ଏହି ଆକ୍ରମଣ ସହ ଯୋଡ଼ିଛନ୍ତି।
ବାଦଲ କହିଛନ୍ତି, ପୂର୍ବରୁ ୨୦୨୪ ଡିସେମ୍ବରରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
ଆହୁରି ପଢନ୍ତୁ: JP Nadda: ଅସୁସ୍ଥତା ଅନୁଭବ କରିବା ପରେ ଦିଲ୍ଲୀ ଏମ୍ସରେ ଜେପି ନଡ୍ଡାଙ୍କ ଆଞ୍ଜିଓଗ୍ରାଫି ସ୍ୟାଡ୍ ସଭାପତି କହିଛନ୍ତି, ସେମାନେ ମତେ ପବିତ୍ର ସ୍ଥଳରେ ଆକ୍ରମଣ କରିଛନ୍ତି।
ପ୍ରଥମେ ସ୍ବର୍ଣ୍ଣ ମନ୍ଦିରରେ ଏବଂ ଦ୍ବିତୀୟ ଥର ଏଠାରେ ଆକ୍ରମଣ କରିଛନ୍ତି।
କିନ୍ତୁ ଯାହା ଉପରେ ଗୁରୁ ସାହେବଙ୍କର ଆର୍ଶୀବାଦ ଥିବ ତାଙ୍କର କିଛି ହେବନାହିଁ।
ତେବେ ବାଦଲ କହିଛନ୍ତି, ସେ କେବେ ବି ଭୟ କରିନାହାନ୍ତି କି ଏବେ ବି କରୁନାହାନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
