President in I-Day eve address: ବିଗତ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତଗତିରେ ଅଗ୍ରସର ହୋଇଛି: ରାଷ୍ଟ୍ରପତି
"ନୂଆଦିଲ୍ଲୀ: ୮୦ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ (୨୦୨୬ ଅଗଷ୍ଟ ୧୪) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।
ତାଙ୍କର ଏହି ସମ୍ବୋଧନ ଦେଶର ବିକାଶ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟ ଏବଂ ଭବିଷ୍ୟ ପାଇଁ ଲକ୍ଷ୍ୟ ଉପରେ ଆଧାରିତ।
ଏହି ଅବସରରେ ସେ ଦେଶର ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ସେ କହିଛନ୍ତି, ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତଗତିରେ ଅଗ୍ରସର ହୋଇଛି।Advertisment ରାଷ୍ଟ୍ରପତି ନିଜର ସମ୍ବୋଧନର ଆରମ୍ଭରୁ କହିଛନ୍ତି, ଆମର ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଏହି ରାଷ୍ଟ୍ରୀୟ ପର୍ବ ଅବସରରେ ଶୁଭେଚ୍ଛା ଜଣାଉଛି।
କିଛି ଘଣ୍ଟା ମଧ୍ୟରେ ଆମ ଦେଶ ସ୍ବାଧୀନତାର ୮୦ତମ ବର୍ଷର ଶୁଭାରମ୍ଭର ସାକ୍ଷୀ ହେବ।
ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିଥାନ୍ତି।
ଆମର ତ୍ରିରଙ୍ଗା ସ୍ବାଧୀନତାର ପ୍ରତୀକ।
ଆମେ ଏହାକୁ ଗର୍ବର ସହିତ ଉଡ଼ାଇଥାଉ।
ଶ୍ରୀମତୀ ମୁର୍ମୁ କହିଛନ୍ତି, ସ୍ବାଧୀନତାର ପ୍ରକୃତ ଅର୍ଥ, ଏହା ସୁନିଶ୍ଚିତ କରାଯିବା ଉଚିତ ଯେ, ସମସ୍ତ ନାଗରିକ ନିଜର ଆଶା ପୂରା କରିବା ଲାଗି ସୁଯୋଗରୁ ଲାଭ ଉଠାନ୍ତୁ।
ଭାରତକୁ ବିଶ୍ବର ଆଗରେ ରଖିବା ଲକ୍ଷ୍ୟରେ କାମ କରିବା।
୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ପରାଧୀନତାରୁ ମୁକ୍ତି ପାଇଥିଲା।
ସମସ୍ତ ଦେଶବାସୀ ସ୍ବାଧୀନ ଭାରତର ନିର୍ମାତା ହୋଇଥିଲେ।
ନିଷ୍ଠାବାନ ବିଦ୍ୟାର୍ଥୀ ଏବଂ ଶିକ୍ଷକ, ବିକାଶ ପାଇଁ ତତ୍ପର ବୈଜ୍ଞାନିକ ଏବଂ ଇଂଜିନିୟର, ସ୍ବାସ୍ଥ୍ୟ ସେବାରେ କାର୍ଯ୍ୟରତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ, ପରିଶ୍ରମି ଶ୍ରମିକ ଏବଂ ଅନ୍ନଦାତା ଚାଷୀ, ନିଜର ଉଦ୍ୟମରେ ରାଷ୍ଟ୍ର ନିର୍ମାଣ କରୁଥିବା ଅନ୍ୟ ବର୍ଗର ସକ୍ରିୟ, ଅସଂଖ୍ୟ ଦେଶବାସୀ ତଥା ସମ୍ବିଧାନରେ ନିହିତ, ମୂଳ କର୍ତ୍ତ୍ୟବର ପାଳନ କରୁଥିବା ନାଗରିକ, ରାଷ୍ଟ୍ର ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭାଗୀଦାର ଅଟନ୍ତି।
ସମସ୍ତଙ୍କୁ ହୃଦୟରୁ ପ୍ରଶଂସା କରୁଛି।
Odisha Independence Day 2026 ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
