22 JULY 2026

Welcome!

Unlock your personalized experience.
Sign Up

Russia: ରୁଷ୍‌ ନିୟନ୍ତ୍ରିତ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ, ୭ ମୃତ

Jun 03, 2026 - 21:05
Russia: ରୁଷ୍‌ ନିୟନ୍ତ୍ରିତ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ, ୭ ମୃତ

କିବ୍‌ : ୟୁକ୍ରେନରେ ରୁଷ୍‌ ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ଆଜି ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ଆଜି ଏକ ବସ୍‌ ଉପରେ ଡ୍ରୋନ୍‌ ମାଡ଼ ହୋଇଥିଲା। ଏହି ବସ୍‌ଟି ମସ୍କୋ ଏବଂ କ୍ରିମିଆର ସିମଫରୋପୋଲ୍‌ ମଧ୍ୟରେ ଯାତାୟତ କରେ। ଡ୍ରୋନ୍‌ ଆକ୍ରମଣରେ ଆହୁରି ୧୧ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବୁଧବାର ସକାଳେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଗତକାଲି ରାତିରେ ରୁଷ୍‌ ପରିସରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଆକ୍ରମଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନରେ ୨୩ ଜଣଙ୍କ ମୃତ୍ୟୁ ହେବାର ଦିନକ ପରେ ଆଜି ୟୁକ୍ରେନ ପାଲଟା ଜବାବ ଦେଇ ରୁଷ୍‌ ନିୟନ୍ତ୍ରିତ ଅଞ୍ଚଳରେ ଆକ୍ରମଣ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।