Boyanika: ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶାରେ ଡିଜାଇନର ହସ୍ତତନ୍ତ କଲେକ୍ସନ
ଭୁବନେଶ୍ବର: ଓଡ଼ିଶାର ହସ୍ତତନ୍ତ ଐତିିହ୍ୟ ସହ ସମସାମୟିକ ଫ୍ୟାସନକୁ ଯୋଡ଼ିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ ହୋଇଛି। ହସ୍ତତନ୍ତ ଓ ବୟନ ବିଭାଗ ଅଧୀନସ୍ଥ ‘ରାଜ୍ୟ ହସ୍ତତନ୍ତ କ୍ଲଷ୍ଟର ବିକାଶ ସଂସ୍ଥା’ (ଏସ୍ଏଡିଏଚ୍ଏସି) ଓ ବିଶିଷ୍ଟ ଡିଜାଇନର ରିମ୍ଲି ମହାନ୍ତିଙ୍କ ‘ରିମ୍ଲିଜ୍ ଡିଜାଇନ୍ ଷ୍ଟୁଡିଓଜ୍ ପ୍ରାଇଭେଟ୍ ଲିମିଟେଡ୍’ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର ହୋଇଥିଲା। ସେହି ବୁଝାମଣା ଅଧୀନରେ ଅଭିନବ ଡିଜାଇନ ଓ ରଣନୀତି ବିକାଶ କରାଯାଇଛି। ରାଜିନାମା ଅଧୀନରେ ପ୍ରସ୍ତୁତ କରାଯାଇଥିବା ଡିଜାଇନର୍ କଲେକ୍ସନଗୁଡ଼ିକ ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ରେଶମ ଓଡ଼ିଶା ଆଉଟ୍ଲେଟ୍ରେ ଉପଲବ୍ଧ ହୋଇଛି। ଫଳରେ ସେଗୁଡ଼ିକ ବ୍ୟାପକ ବର୍ଗର ଗ୍ରାହକମାନଙ୍କ ନିକଟରେ ପହଞ୍ଚିପାରିଛି। ଏହି ବୁଝାମଣା ଆଧୁନିକ ଫ୍ୟାସନ ଧାରା ସହ ପାରମ୍ପରିକ ହସ୍ତତନ୍ତ କାରିଗରୀକୁ ଯୋଡ଼ିବାରେ ସହାୟକ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।