06 JUNE 2026

Welcome!

Unlock your personalized experience.
Sign Up

Denmark: ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ସୋସିଆଲ ମିଡିଆ ଅପେକ୍ଷା ପିଲା ଧୂମପାନ କରିବା...

Jun 03, 2026 - 21:05
Denmark: ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ: ସୋସିଆଲ ମିଡିଆ ଅପେକ୍ଷା ପିଲା ଧୂମପାନ କରିବା...

ନୂଆଦିଲ୍ଲୀ : ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟ ଫ୍ରେଡେରିକସେନ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଏବଂ ଧୂମ୍ରପାନ ମଧ୍ୟରେ ଏକ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମ ପିଲାମାନଙ୍କର କେଉଁଭଳି କ୍ଷତି କରୁଛି ତାହା ଚିହ୍ନଟ କରିବାରେ ସମାଜ ବିଫଳ ହୋଇଛି ବୋଲି ସେ କହିଛନ୍ତି। ଚଳିତ ସପ୍ତାହରେ ଫ୍ରେଡେରିକସେନ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ଶିଶୁ ସୁରକ୍ଷା ଉପରେ ଏକ ସମ୍ମିଳନୀରେ ନିଜ ଭାଷଣ ରଖିବା ସମୟରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଏକ ଭିଡିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ଡେନମାର୍କ ପ୍ରଧାନମନ୍ତ୍ରୀ କହୁଛନ୍ତି, ସୋସିଆଲ ମିଡିଆ ସହ ଜଡ଼ିତ ବିପଦ ଏବେ ଏତେ ଭୟଙ୍କର ହୋଇଯାଇଛି ଯେ ଅନେକ ଲୋକ ଏହାର ପ୍ରଭାବକୁ ଜାଣିପାରୁନାହାନ୍ତି। ଫ୍ରେଡେରିକସେନ କହିଛନ୍ତି, ଯଦି ମୋର ଆଜି ଛୋଟ ପିଲା ଥାଆନ୍ତେ ତେବେ ସେମାନେ ଏକାକୀ ସୋସିଆଲ ମିଡିଆ ବ୍ୟବହାର କରିବା ଅପେକ୍ଷା ଧୂମ୍ରପାନ କରିବାପାଇଁ ପସନ୍ଦ କରିଥାନ୍ତି। ତେବେ ସଙ୍ଗେସଙ୍ଗେ ସେ କହିଥିଲେ,‘ କିନ୍ତୁ ମୁଁ ପ୍ରଧାନମନ୍ତ୍ରୀ, ତେଣୁ ମୁଁ ସେମିତି କହିବିନି’। ‌ତେବେ ଡେନମାର୍କ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ସୋସିଆଲ ମିଡିଆ ଦ୍ବାରା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି ଏବଂ ଏହାଦ୍ବାରା ସେମାନଙ୍କ ବିକାଶରେ ମଧ୍ୟ ବାଧା ଉପୁଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।