Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ମାଲାଗୁଡ଼ା ଗ୍ରାମରେ ବାପା-ମାଆଙ୍କ ସ୍ନେହ ଓ ଯତ୍ନରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ୪ ଜଣ ଶିଶୁଙ୍କୁ ସୋସିଆଲ ୱର୍କର୍ସ ଆସୋସିଏସନ ଅଫ୍ କନ୍ଧମାଳ (ସ୍ୱାକ୍) ପକ୍ଷରୁ ବସ୍ତ୍ର (ଡ୍ରେସ୍) ପ୍ରଦାନ କରାଯାଇଛି।
ସ୍ୱାକ୍ ସଦସ୍ୟ ସନ୍ତୋଷ ଡିଗାଲଙ୍କ ଜନ୍ମଦିନ ଅବସରରେ ଏହି ମାନବିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।Advertisment ସୂଚନା ଅନୁଯାୟୀ, ଶିଶୁମାନଙ୍କ ବାପା କୃଷ୍ଣଚନ୍ଦ୍ର ନାୟକ ଦାଦନ ଖଟିବା ପାଇଁ ବାହାରକୁ ଚାଲିଯିବା ପରେ ସେମାନଙ୍କ ପ୍ରତି ଆଉ କୌଣସି ଦାୟିତ୍ୱ ନେଇନଥିବା ବେଳେ ମାଆ ମଧ୍ୟ ଅନ୍ୟତ୍ର ଚାଲିଯାଇଥିବାରୁ ୪ ଜଣ ଶିଶୁ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।
ବର୍ତ୍ତମାନ ସେମାନେ ଜଣେ ବୃଦ୍ଧା ବିଧବାଙ୍କ ଆଶ୍ରୟରେ ରହୁଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି।
ପରିବାରର ଦୟନୀୟ ପରିସ୍ଥିତି ଯୋଗୁଁ ଶିଶୁମାନଙ୍କ ପାଠପଢ଼ା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି।
ନିୟମିତ ଭାବେ ସ୍କୁଲ ଯିବା ପରିବର୍ତ୍ତେ ସେମାନେ ଅନେକ ସମୟରେ ଜଙ୍ଗଲ ଆଡ଼କୁ ଚାଲିଯାଉଥିବା ଜଣାପଡ଼ିଛି।
ସେମାନଙ୍କ ଯତ୍ନ ନେବା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପରିବାରରେ କେହି ନଥିବାରୁ ଗ୍ରାମବାସୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଦୟନୀୟ ଅବସ୍ଥାରେ ଡିଗ୍ରି କଲେଜ: ଅତିଥି ଅଧ୍ୟାପକରେ ପଢ଼ାଯାଉଛି ପାଠ ଖବର ପାଇ ସ୍ୱାକ୍ ଟିମ୍ ମାଲାଗୁଡ଼ା ଗ୍ରାମରେ ପହଞ୍ଚି ଶିଶୁମାନଙ୍କ ସହ ଆଲୋଚନା କରି ସେମାନଙ୍କ ବାସ୍ତବ ସ୍ଥିତି ପରଖିଥିଲେ।
ଏହାପରେ ସେମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା।
ସ୍ୱାକ୍ ର ଏହି ମାନବିକ ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।
ତେବେ କେବଳ ବସ୍ତ୍ର ପ୍ରଦାନ କଲେ ସମସ୍ୟାର ସମାଧାନ ହେବ ନାହିଁ।
ଏହି ୪ ଜଣ ଶିଶୁଙ୍କ ଶିକ୍ଷା, ରହିବାର ବ୍ୟବସ୍ଥା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।
ଏନେଇ ସ୍ୱାକ୍ ପକ୍ଷରୁ ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରି ଶିଶୁମାନଙ୍କ ଶିକ୍ଷା, ଥଇଥାନ ଓ ସୁରକ୍ଷା ପାଇଁ ଆବଶ୍ୟକ ସହାୟତା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ଏହି ପ୍ରୟାସ ସଫଳ ହେଲେ ଅସହାୟ ଶିଶୁମାନଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ହେବା ସହ ସେମାନେ ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତର ସୁଯୋଗ ପାଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଶା ପ୍ରକାଶ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।