RRB: ଆରଆରବି ପକ୍ଷରୁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି
"ନୂଆଦିଲ୍ଲୀ: ରେଳବାଇରେ କାମ କରିବାକୁ ଇଚ୍ଛୁକ ଯୁବକଯୁବତୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି।
ରେଳବାଇ ନିଯୁକ୍ତି ବୋର୍ଡ ଅଗଷ୍ଟ ୧୪ ତାରିଖରୁ ଜୁନିଅର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି।
ଏହି ଅଭିଯାନ ମାଧ୍ୟମରେ ମୋଟ ୩,୯୯୩ ଜୁନିଅର ଇଞ୍ଜିନିୟର ପଦବି ପୂରଣ କରାଯିବ।
ଯଦି ଆପଣ ପଦବି ପାଇଁ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି, ତେବେ ଆପଣ ଅନଲାଇନରେ ଆବେଦନ କରିପାରିବେ।
ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୩ ରଖାଯାଇଛି।Advertisment ଅରୁଣାଚଳରେ ଭୂସ୍ଖଳନ ଏବଂ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି, ୪ ମୃତ, ୫ ଯବାନ ନିଖୋଜ ଅନଲାଇନ୍ ପଞ୍ଜୀକରଣ ୨୦୨୬ ଅଗଷ୍ଟ ୧୪ରୁ ହୋଇଛି ଆରମ୍ଭପଞ୍ଜୀକରଣର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୧୩ ଫି ଦେୟ ପ୍ରଦାନର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୧୫ଆବେଦନ ସଂଶୋଧନ ତାରିଖ ୨୦୨୬ ସେପ୍ଟେମ୍ବର ୧୬ରୁ ୨୫ ଜୁନିଅର ଇଞ୍ଜିନିୟର ପଦବି ପାଇଁ ମନୋନୀତ ପ୍ରାର୍ଥୀମାନେ ମାସିକ ୩୫,୪୦୦ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ।
ଆବେଦକଙ୍କ ପାଇଁ ବୟସ ସୀମା ୧୮ ରୁ ୩୩ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ପ୍ରଦାନ କରାଯାଇଛି।
ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ଫି ୫୦୦ ଏବଂ ଏସସି, ଏସଟି, ମହିଳା ଏବଂ ପିଡବ୍ଲୁଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି।
ଚୟନ ପ୍ରକ୍ରିୟା ପ୍ରାର୍ଥୀମାନଙ୍କୁ ସିବିଟି-୧, ସିବିଟି-୨, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଏକ ଡାକ୍ତରୀ ପରୀକ୍ଷା ଆଧାରରେ ଚୟନ କରାଯିବ।
ନେଗେଟିଭ୍ ମାର୍କିଂ ହେବ, ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଏକ ତୃତୀୟାଂଶ ମାର୍କ କଟାଯିବ।
ଏହି ପରୀକ୍ଷାରେ ମନୋନୀତ ପ୍ରାର୍ଥୀମାନେ ସିବିଟି-୨ ପରୀକ୍ଷା ଦେବେ।
ସିବିଟି-୨ ପରୀକ୍ଷାରେ ମୋଟ ୧୫୦ ନମ୍ବର ବିଶିଷ୍ଟ ୧୫୦ ଟି ପ୍ରଶ୍ନ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
