Vegetarian vs Non-Vegetarian: ନିରାମିଷ ବନାମ ମାଂସାହାରୀ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ଆୟୁଷ?
"ନୂଆଦିଲ୍ଲୀ: ନିରାମିଷ ଭୋଜନ ଭଲ ନା ମାଂସାହାରୀ ଖାଦ୍ୟ?
ଏହି ପ୍ରଶ୍ନକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚା ହୋଇଥାଏ।
କେହି ନିରାମିଷ ଖାଦ୍ୟକୁ ସୁସ୍ଥ ଓ ଦୀର୍ଘାୟୁର ଚାବିକାଠି ବୋଲି କରନ୍ତି।
ଆଉ କେହି ମାଛ, ଅଣ୍ଡା, ମାଂସ ଓ ଦୁଗ୍ଧଜାତୀୟ ଖାଦ୍ୟରୁ ମିଳୁଥିବା ପ୍ରୋଟିନ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ୱ ଶରୀର ପାଇଁ ଜରୁରୀ ବୋଲି ମତ ଦିଅନ୍ତି।
ତେବେ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ କେଉଁ ଖାଦ୍ୟ ଅଧିକ ଭଲ?
ଆସନ୍ତୁ ଜାଣିବା Advertisment ନିରାମିଷ ଖାଦ୍ୟର ଫାଇଦା କ"ଣ?
ରିପୋର୍ଟରୁ ଜଣାପଡ଼ିଛି ଯେ ଯେଉଁମାନେ ଅଧିକ ପରିମାଣରେ ଫଳ, ପନିପରିବା, ଡାଲି, ଶସ୍ୟ, ବାଦାମ ଓ ଅନ୍ୟାନ୍ୟ ଉଦ୍ଭିଦଭିତ୍ତିକ ଖାଦ୍ୟ ଖାଆନ୍ତି ସେମାନଙ୍କଠାରେ ହୃଦ୍ରୋଗ, ମଧୁମେହ ଓ ଅନ୍ୟ କେତେକ ରୋଗର ଆଶଙ୍କା କମ୍ ଦେଖା ଯାଇଥାଏ।
ଏହି ଖାଦ୍ୟରେ ସାଧାରଣତଃ ଫାଇବର୍, ଭିଟାମିନ୍, ମିନେରାଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଥାଏ।
ଫଳ ଓ ପନିପରିବାରୁ ମିଳୁଥିବା ବିଭିନ୍ନ ପୋଷକତତ୍ତ୍ୱ ଶରୀର ପାଇଁ ବହୁତ ଉପକାରୀ।
କେବଳ ଯେ ନିରାମିଷ ଖାଇଲେ ହିଁ ଜଣେ ବ୍ୟକ୍ତି ଦୀର୍ଘାୟୁ ହେବେ ଏହି କଥାରେ କୌଣସି ସତ୍ୟତା ନାହିଁ।
ମାଂସାହାରୀ ଖାଦ୍ୟକୁ ନେଇ କ"ଣ କୁହନ୍ତି ଗବେଷକ?
ନିକଟରେ ଚୀନ୍ ରେ ବୟସ୍କ ଲୋକଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି।
ଅଧ୍ୟୟନରେ ମାଛ ଓ ଦୁଗ୍ଧଜାତୀୟ ଖାଦ୍ୟ ଖାଉଥିବା ଲୋକଙ୍କ ଆୟୁଷରେ ନିରାମିଷ ଭୋଜନ କରୁଥିବା ଲୋକଙ୍କ ତୁଳନାରେ କୌଣସି ବଡ଼ ପାର୍ଥକ୍ୟ ଦେଖାଯାଇ ନଥିଲା।
ଦୀର୍ଘାୟୁ ପାଇଁ ଖାଦ୍ୟରେ ସନ୍ତୁଳନ ଜରୁରୀ ବିଶେଷଜ୍ଞଙ୍କ ମତରେ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ଖାଦ୍ୟରେ ସନ୍ତୁଳନ ରହିବା ସବୁଠାରୁ ଅଧିକ ଜରୁରୀ।
ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ପୋଷଣ ଆବଶ୍ୟକତା ସମାନ ନୁହେଁ।
ବୟସ, ଶାରୀରିକ କାର୍ଯ୍ୟକଳାପ, ଲିଙ୍ଗ ଓ ସାମଗ୍ରିକସ୍ୱାସ୍ଥ୍ୟ ଅନୁସାରେ ଖାଦ୍ୟର ଆବଶ୍ୟକତା ବଦଳିଥାଏ।
ସେହିପରି ଦୀର୍ଘାୟୁ ପାଇଁ କେବଳ ନିରାମିଷ କିମ୍ବା କେବଳ ମାଂସାହାରୀ ଖାଦ୍ୟକୁ ଦାୟୀ କରାଯାଇ ପାରିବ ନାହିଁ।
ସନ୍ତୁଳିତ ଖାଦ୍ୟ ସହିତ ନିୟମିତ ଶାରୀରିକ କାର୍ଯ୍ୟକଳାପ, ଭଲ ଜୀବନଶୈଳୀ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର ଅଭ୍ୟାସ ମଧ୍ୟ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
