Ronaldo: ସେପ୍ଟେମ୍ବରରେ ଅବସର ନେବେ ରୋନାଲ୍‌ଡୋ

Jul 22, 2026 - 06:14
Ronaldo: ସେପ୍ଟେମ୍ବରରେ ଅବସର ନେବେ ରୋନାଲ୍‌ଡୋ

"ଲିସ୍‌ବନ୍‌: ପର୍ତ୍ତୁଗାଲ ଫୁଟ୍‌ବଲ୍‌ କିଂବଦନ୍ତି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଚଳିତ ବର୍ଷ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଇପାରନ୍ତି।

ଏହି ୪୧ ବର୍ଷୀୟ ତାରକା ଖେଳାଳି ନିଜ ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ପର୍ତ୍ତୁଗାଲ୍‌ର ୱେଲ୍ସ ବିପକ୍ଷ ୟୁଫା ନେସନ୍ସ ଲିଗ୍‌ ମ୍ୟାଚ୍‌ରେ ଶେଷ କରି ପାରନ୍ତି।

ଏହି ମ୍ୟାଚ୍‌ ସେପ୍ଟେମ୍ବର ୨୪ରେ ଲସ୍‌ବନ୍‌ସ୍ଥିତ ଜୋସ୍‌ ଅଲ୍‌ଭାଲାଡେ ଷ୍ଟାଡିୟମ୍‌ରେ ଖେଳାଯିବ।

Advertisment Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍ ଏହି ଷ୍ଟାଡିୟମ୍‌ରେ ରୋନାଲ୍‌ଡୋ ୨୦୦୩ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ରୋନାଲ୍‌‌ଡୋଙ୍କ ନାମରେ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ୍‌ ରେକର୍ଡ ରହିଛି।

ସେ ତାଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍‌ରେ ୨୩୩ ମ୍ୟାଚ୍‌ ଖେଳି ୧୪୬ ଗୋଲ୍‌ ଦେଇଥିଲା ବେଳେ ୪୬ଟିରେ ସହଯୋଗ କରିଛନ୍ତି।

ତାଙ୍କ ନାଁରେ ମଧ୍ୟ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାର ରେକର୍ଡ ରହିଛି।

ତାଙ୍କ ନେତୃତ୍ବରେ ପର୍ତ୍ତୁଗାଲ୍‌ ୩ ଟ୍ରଫି, ୟୁଫା ୟୁରୋ ୨୦୧୬  ସହ ୨୦୧୯ ଓ ୨୦୨୫ରେ ୟୁଫା ନେସନ୍ସ ଲିଗ୍‌ ଜିତିଛି।

Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।