Ronaldinho: ୪୬ ବର୍ଷ ବୟସରେ ରୋନାଲ୍ଡିନୋଙ୍କ ପ୍ରତ୍ୟାବର୍ତ୍ତନ; ରାଭେନ୍ନା ଏଫ୍ସି କଲେ ଚୁକ୍ତି
"ନୂଆଦିଲ୍ଲୀ: ବ୍ରାଜିଲର ମହାନ ଫୁଟ୍ବଲର୍ ରୋନାଲ୍ଡିନୋ ପୁଣି ଥରେ ନିଜ ବୁଟ୍ରେ ଲେସ୍ ବାନ୍ଧିବାକୁ ପ୍ରସ୍ତୁତ ହେଉଛନ୍ତି।
୪୬ ବର୍ଷୀୟ ଏହି ଖେଳାଳି ଇଟାଲିର ତୃତୀୟସ୍ତରୀୟ କ୍ଲବ୍ ରାଭେନ୍ନା ସହ ଚୁକ୍ତି କରିଛନ୍ତି।
ପୂର୍ବତନ ବାଲନ ଡି"ଓର୍ ବିଜେତା ରୋନାଲିଡିନୋ ଶେଷ ଥର ଲାଗି ୨୦୧୫ରେ କ୍ଲବ୍ ଫୁଟ୍ବଲ୍ ଫ୍ଲୁମିନେନ୍ସେ ପକ୍ଷରୁ ଖେଳିଥିଲେ।Advertisment ଜର୍ସି ପାଇବା ପରେ ରୋନାଲ୍ଡିନୋ କହିଛନ୍ତି, ""ମୁଁ ବହୁତ ଖୁସି" ଏହା ପରେ ସେ ଅବସର ନେଇ ଯାଇଥିଲେ।
ଏବେ ପୁଣି ଥରେ ସେ ପଡ଼ିଆକୁ ଓହ୍ଲାଇବା ଲାଗି ପ୍ରସ୍ତୁତ ହେଉଥିବା ରୋନାଲ୍ଡିନୋଙ୍କୁ ରାଭେନ୍ନା ଜର୍ସି ଏହାର ବ୍ରାଜିଲୀୟ ମାଲିକ ଇଗ୍ନାଜିଓ ସିପ୍ରିଆନି ପ୍ରଦାନ କରିଛନ୍ତି।
ଜର୍ସି ପାଇବା ପରେ ରୋନାଲ୍ଡିନୋ କହିଛନ୍ତି, ""ମୁଁ ବହୁତ ଖୁସି।
ସିପ୍ରିଆନି ଓ ମୁଁ ବହୁବର୍ଷର ସାଥୀ।
ତେଣୁ ଆମେ ଦୁହେଁ ଚାହୁ ରାଭେନ୍ନା ଭଲ କରୁ। ମୋର ଦଳ ସହ ଯୋଗଦାନର ପ୍ରଭାବ ସକାରାତ୍ମକ ରହିବ।
ଏହାଦ୍ବାରା ଅନ୍ୟମାନେ ପ୍ରେରଣା ପାଇବେ ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିବାର ସୁଯୋଗ ପାଇବେ, ଯେପରି ମୁଁ ମୋର ସ୍ୱପ୍ନ ପୂରଣ କରିଥିଲି""।
୨୦୨୪ରେ ରାଭେନ୍ନାଙ୍କୁ କିଣିଥିବା ସିପ୍ରିଆନି କହିଛନ୍ତି, ରୋନାଲ୍ଡିନୋଙ୍କୁ ଦଳ ସହ ଚୁକ୍ତି କରିବା ମୋର ପିଲାବେଳୁ ସ୍ବପ୍ନ ଥିଲା।
ତାହା ଏବେ ପୂରଣ ହୋଇଛି।
ସେ ରହିବା ଦ୍ବାରା ରାଭେନ୍ନା ଏକ ବଡ଼ କ୍ଲବ୍ ଭାବେ ଉଭା ହେବ ଏବଂ ଅନ୍ୟମାନଙ୍କଠୁ ଅଲଗା ହେବ।
Bill Gates: ବ୍ୟକ୍ତିଗତ ସମ୍ପର୍କକୁ ନେଇ ବ୍ଲାକମେଲ୍ କରୁଥିଲେ ଏପଷ୍ଟାଇନ୍: ସଂସଦୀୟ କମିଟି ଆଗରେ ବିଲ୍ ଗେଟ୍ସଙ୍କ ବଡ଼ ଖୁଲାସା "