Lord Jagannath: ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼

Jun 29, 2026 - 16:29
Lord Jagannath: ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼

"ରୁପ୍ରା (ଅଜୟ ସେନାପତି): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାସ୍ଥିତ ସର୍ବପୁରାତନ ଦଧିବାମନ ମନ୍ଦିରରେ ସୋମବାର ଦିନ ପବିତ୍ର ଦେବସ୍ନାନ ପୁର୍ଣିମା ପାଳିତ ହୋଇଯାଇଛି।

ଏହି ଉପଲକ୍ଷେ ସୋମବାର ଭୋରରୁ ରୀତିନୀତି ଅନୁଯାଇ ଦ୍ୱାର ଫିଟା ନୀତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ପରେ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ  ହୋଇଥିଲା lAdvertisment ମହାପ୍ରଭୁଙ୍କୁ ତାଙ୍କ ରତ୍ନ ସିଂହାସନରୁ ଦୁର୍ଲଭ ସ୍ନାନ ପାଇଁ ସ୍ନାନ ମଣ୍ଡପକୁ ଅଣାଯାଇଥିଲାl ସେଠାରେ ପୂଜାର୍ଚ୍ଚନା ଓ ଆଳତୀ ପରେ ସୁଗନ୍ଧିତ ଜଳରେ ଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ କାର୍ଯ୍ୟକ୍ରମ କରାଯାଇଥିଲାl Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ଉକ୍ତ କାର୍ଯ୍ୟକ୍ରମରେ ପୂଜକ ଭାବରେ ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ର ଓ ଆଦିତ୍ୟ ମିଶ୍ର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସହଯୋଗୀ ପୂଜକ ବଂଶୀଧର ପାଢ଼ୀ ଓ ଅକ୍ଷୟ ବେହେରା ରହିଥିଲେl ପୂଜାକର୍ତ୍ତା ହରେକୃଷ୍ଣ ବେହେରା ଓ ଉମାକାନ୍ତ ସାହୁ ରହିଥିଲେl ତେବେ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନ କାର୍ଯ୍ୟକ୍ରମ ଓ ଦର୍ଶନ ନିମନ୍ତେ ଶତାଧିକ ଶ୍ରଦ୍ଧାଳୁ ଓ ମହିଳା ଉପସ୍ଥିତ ଥିଲେl ମହାପ୍ରଭୁଙ୍କ ମହାସ୍ନାନ ପରେ ଅଣସର ଘରକୁ ନିଆ ଯାଇଥିଲାl ଉକ୍ତ କାର୍ଯ୍ୟକ୍ରମରେ ରଘୁକୁଳ କଳା ସାଂସ୍କୃତିକ ଅନୁଷ୍ଠାନ ରୁପ୍ରା ପକ୍ଷରୁ ଭଜନ କୀର୍ତ୍ତନ ପରିବେଷଣ କରିଥିଲେl ସେହିପରି ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେl  "