Lord Jagannath: ତାଳଚେର ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ପର୍ବ
"ତାଳଚେର (ବିକାଶ ସାହୁ): ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ପର୍ବ ପାଳିତ ହୋଇଛି।
ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂରତି ଦିବ୍ୟସ୍ନାନ କରିଥିଲେ।
Advertisment ସୋମବାର ଭୋର୍ ସାଢ଼େ ୪ଟାରୁ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।
ସକାଳ ୬ ଘଟିକାରେ ମଙ୍ଗଳାର୍ପଣ ହୋଇ ୬ଟା ୪୫ରେ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା।
ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି କରି ରତ୍ନ ସିଂହାସନରୁ ଓହ୍ଲାଇ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା।
ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହୋଇଥିଲା।
ସମସ୍ତ ସେବାୟତଙ୍କ ଉପସ୍ଥିତିରେ ସ୍ନାନ ମଣ୍ଡପରେ ବିରାଜିତ ଠାକୁରଙ୍କୁ ଦିବ୍ୟସ୍ନାନ କରାଇବା ପରେ ଆକର୍ଷଣୀୟ ହାତୀବେଶ କରାଯାଇଥିଲା।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ ସ୍ନାନ ସମୟରେ ତାଳଚେର ରାଜା ଭିଜେୟନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ସହିତ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ତାଳଚେର ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟଙ୍କ ସହିତ ସମସ୍ତ ସେବାୟତ ଉପସ୍ଥିତ ଥିଲେ।
ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଗଜାନନ ବେଶକୁ ଭକ୍ତ ଦର୍ଶନ କରିବା ପରେ ବାହୁଡ଼ା ଗୋଟି ପହଣ୍ଡିରେ ଆସି ରାତ୍ର ପ୍ରାୟ ୧୧ଟାରେ ମହାପ୍ରଭୁ ଅଣସର ଘରେ ବିଜେ କରିବାର ବ୍ୟବସ୍ଥା ରହିଥିବା ମନ୍ଦିର ପକ୍ଷରୁ ଜଣାପଡ଼ିଛି।
ଆଜିର ଏହି କାର୍ଯ୍ୟରେ ମନ୍ଦିର କମିଟିର ସମସ୍ତ ଦଇତାପତି ସେବକ ସହଯୋଗ କରିଥିଲେ।
"