Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ

Jul 14, 2026 - 00:42
Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କାଳିଆପାଣି ଥାନା ଓଡ଼ିଶା ଖଣି ନିଗମ(ଓଏମ୍ସି) କ୍ରୋମଜୋନର ୨ଟିଯାକ କ୍ରିୟାଶୀଳ ଖଣି, ଅଫିସ ଓ କଲୋନିରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ କରାଯାଇଛି।

ଗତକାଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ସପନ କୁମାର ନନ୍ଦଙ୍କ ନିର୍ଦ୍ଦେଶନାମା ୩୨୫୫/୧୨-୦୭-୨୦୨୬ ଆଧାରରେ ଆଗାମୀ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବା ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋଳିପଶି କେନ୍ଦ୍ରୀୟ ଟ୍ରକ୍ ପାର୍କିଂୟାର୍ଡ ଠାରୁ ସୁକ୍ରଙ୍ଗି ଖଣି ପ୍ରବନ୍ଧକଙ୍କ କାର୍ଯ୍ୟାଳୟ, କାଳିଆପାଣି ଦେହୁରୀସାହି ଶିବ ମନ୍ଦିର, ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ମୁଖ୍ୟ ଫାଟକରୁ କାଳିଆପାଣି ହନୁମାରବଜାର, କ୍ରୋମନଗର ମୁଖ୍ୟ ଫାଟକ, କାଳିଆପାଣି ଟାଉନସିପ ଠାରୁ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ଓ ଓଏମ୍ସିର ଖଣିକାର୍ଯ୍ୟ ଜାରିରହିଥିବା ଇଲାକାରେ ଏହି ଧାରା ଲାଗୁ କରାଯାଇଥିବା ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି।Advertisment ଉପରୋକ୍ତ ସ୍ଥାନରେ ୫ କିମ୍ବା ତଦୁର୍ଦ୍ଧ ବ୍ୟକ୍ତି ଏକାେଠି ହେବା କିମ୍ବା ବୈଠକ କରିବା ଉପରେ ନିଷେଧାିଜ୍ଞା ଲଗାଯାଇଛି।

ଓଏମ୍ସିର ଉଭୟ କ୍ରିୟାଶୀଳ ଖଣି, ଅଫିସ ଓ ଏହା ସଂଲଗ୍ନ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଶସ୍ତ୍ର ପୁଲିସ ପହରା ଦେଖାଯାଇଥିଲା।

ଏସ୍ପି ଯଶ ପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ଏଏସ୍ପି ସୁପ୍ରସନ୍ନ ମଲ୍ଲିକ କାଳିଆପାଣି ଗସ୍ତରେ ଆସି ବିଭିନ୍ନ ସମ୍ବେଦନଶୀଳ ଇଲାକା ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ସୁକିନ୍ଦା  ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଭାଗଭାଗ ହୋଇ ସବୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ ଥିବା ଦେଖା ଯାଇଥିଲା।

ପରିସ୍ଥିତି ପ୍ରଶାସନର ପୁଲିସ ନିୟନ୍ତ୍ରଣାଧୀନ ଥିଲା।

ମୋଟ୍ ୨ ପ୍ଲାଟୁନ ପୁଲିସ ବାହିନୀ ମୁତୟନ ଥିଲେ ହେଁ ଅତିରିକ୍ତ ପୁଲିସ ବାହିନୀ ଥାନାରେ ସଜାଗ ଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ଠାରୁ ସୂଚନା ମିଳିଛି।

ଉତ୍ତରପ୍ରଦେଶରେ ଟ୍ରକ୍‌ ଉପରକୁ ମାଡ଼ିଗଲା କାର୍‌, ୪ ଇଞ୍ଜିନିୟରଙ୍କ ମୃତ୍ୟୁ ସୂଚନାଯୋଗ୍ୟ ଯେ, ଆଜି ଠାରୁ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ(ଏସ୍ଆର୍ସିକେଏମ୍ଏସ୍) ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଓଏମ୍ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣି ପ୍ରବନ୍ଧକଙ୍କ ଅଫିସ ସମ୍ମୁଖରେ ପ୍ରସ୍ତାବିତ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଂକାରେ ଥାନା ଅଧିକାରୀଙ୍କ ଚିଠି ନମ୍ବର ୧୮୧୩/୧୨-୦୭-୨୦୨୬ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ଏଡିଏମ୍ ଶ୍ରୀ ନନ୍ଦଙ୍କ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ଏ ସଂପର୍କରେ ଏଡିଏମ୍ ଶ୍ରୀ ନନ୍ଦଙ୍କୁ ପଚାରିବାରେ ଏସ୍ଆର୍ସିକେଏମ୍ଏସ୍ ପକ୍ଷରୁ ଆନ୍ଦୋଳନ ଡାକରା ଦ୍ବାରା ଆଞ୍ଚଳିକ ଶାନ୍ତି ବ୍ୟା ହତ ହେବା ଓ ଅର୍ଥନୈତିକ ଅବରୋଧ ଭଳି ପରିସ୍ଥିତି ସୃଷ୍ଟିହେବା ଆଶଂକା ଥିବାରୁ ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ ନିଷ୍ପତ୍ତି ନିଆଯାଇଥିବା କହନ୍ତି।

ପରିସ୍ଥିତି ସୁଧୁରିଲେ ସମୟ ସୀମା ହ୍ରାସ କରାଯାଇପାରେ ପରିସ୍ଥିତିରେ ସୁଧାର ଆସିଲେ ପ୍ରଶାସନ ପକ୍ଷରୁ ଏହାର ସମୟ ସୀମା ହ୍ରାସ କରାଯାଇପାରେ, ନତୁବା ଏସ୍ଆର୍ସିକେଏମ୍ଏସ୍ କର୍ମକର୍ତ୍ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନଆସିଲେ ଏହା ଆହୁରି ଅତିରିକ୍ତ ମାସେ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରେ ବୋଲି କହିଥିଲେ।

ଓଏମ୍ସି ଆଞ୍ଚଳିକ ପ୍ରବନ୍ଧକ ଅବନୀକାନ୍ତ ପ୍ରଧାନଙ୍କୁ ପଚାରିବାରୁ ଆଜି ସବୁ ଖଣି ଓ ଅଫିସରେ କାର୍ଯ୍ୟ ସ୍ବାଭାବିକ ରହିଥିବା କହିଥିଲେ।

ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ପରିସ୍ଥିତିକୁ ନେଇ କୌଣସି ହିଂସାକାଣ୍ଡ କିମ୍ବା ଅପ୍ରୀତିକର ପରିସ୍ଥିତି ଉପୁଜି ନଥିବା କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।