Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ

Jul 14, 2026 - 00:22
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ

"ଲେହ: ଇଣ୍ଡିଗୋ ବିମାନର ଜଣେ ମେ‌ଣ୍ଟେନାନ୍ସ ଇଞ୍ଜିନିୟର ଆଜି ଲେହ ବିମାନବନ୍ଦରରେ ଗିରଫ ହୋଇଛନ୍ତି।

ଏଏନ୍‌ଟିଏଫ୍‌ (ନାର୍କୋଟିକ୍ସ ନିରୋଧୀ ଟାସ୍କ ଫୋର୍ସ) ଦ୍ବାରା ଉକ୍ତ ଇଞ୍ଜିନିୟରଙ୍କ ପାଖରୁ ହେରୋଇନ ମିଳିବାରେ ତାଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ୨୨ ବର୍ଷୀୟ ଅଜୟ ଠାକୁର।

ସେ ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲା ବାସିନ୍ଦା।

ଇଣ୍ଡିଗୋରେ ସେ ବର୍ତ୍ତମାନ ଲେହ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ।

ସହରରେ ଏକ ରୁଟିନ୍‌ ପାଟ୍ରୋଲିଂ ସମୟରେ ଏଏନ୍‌ଟିଏଫ୍‌ ଏକ ଗାଡ଼ିକୁ ଅଟକାଇଥିଲେ ଏବଂ ଅଜୟ ଠାକୁରଙ୍କ ପାଖରୁ ୨.୨୭ ଗ୍ରାମ୍ ହେରୋଇନ ଜବତ କରିଥିଲେ।

ଏହି ଘଟଣାରେ ଠାକୁରଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଅଧୀନରେ ଏକ ଏତଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ତେବେ ଏହି ହେରୋଇନ କେଉଁଠାରୁ ଆସିଲା ଏବଂ ବିମାନବନ୍ଦର କର୍ମଚାରୀଙ୍କ ସହ ଏହାର କିଛି ସମ୍ଭାବ୍ୟ ଲିଙ୍କ୍‌ ରହିଛି କି ନା" ତା ଉପରେ ଏବେ ତଦନ୍ତ ଚାଲିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।