Road Accident: ପିକନିକ୍ ସାରି ଫେରୁଥିବା ସ୍କୁଲ ବସ୍କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ୍: ୪ ଛାତ୍ର ମୃତ, ୩୫ ଆହତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଆଗ୍ରାରୁ ଆସୁଥିବା ଏକ ଦ୍ରୁତଗାମୀ ଆଳୁ ବୋଝେଇ ଟ୍ରକ୍ ଥାଥିୟା ଥାନା ଅଞ୍ଚଳ ଅନ୍ତର୍ଗତ ଏକ୍ସପ୍ରେସୱେରେ ଠିଆ ହୋଇଥିବା ସ୍କୁଲ ପିଲାମାନଙ୍କ ଭର୍ତ୍ତି ବସ୍କୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଛାତ୍ର ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି।
Advertisment ବସ୍ରେ ଥିଲେ ୫୦ ଜଣ ଛାତ୍ର ଏବଂ ଛଅ ଜଣ ଶିକ୍ଷକ ସୂଚନା ଅନୁଯାୟୀ, କୌଶାମ୍ବୀ ଜିଲ୍ଲାରେ ଅବସ୍ଥିତ ଓରିଏଣ୍ଟ ପବ୍ଲିକ୍ ସ୍କୁଲର ଛାତ୍ରମାନେ ବୃନ୍ଦାବନ ଏବଂ ମଥୁରାର ଏକ ଶୈକ୍ଷଣିକ ଭ୍ରମଣ ଏବଂ ପିକନିକ୍ ସାରି ବସ୍ ଯୋଗେ କୌଶାମ୍ବୀ ଫେରୁଥିଲେ।
ବସ୍ରେ ୫୦ ଜଣ ଛାତ୍ର ଏବଂ ଛଅ ଜଣ ଶିକ୍ଷକ ଥିଲେ।
ମଙ୍ଗଳବାର ସକାଳେ ଭୋର୍ ୫ଟା ୪୫ ସମୟରେ ଥାଥିୟା ପୁଲିସ ଷ୍ଟେସନ ଅଞ୍ଚଳରେ ଏକ୍ସପ୍ରେସୱେର ୨୦୯.୯ ମାଇଲଖୁଣ୍ଟ ନିକଟରେ ବସ୍ଟି ଶୌଚାଳୟ ବିରତି ପାଇଁ ଅଟକିଥିଲା।
ପଛରୁ ଆସୁଥିବା ଏକ ଆଳୁ ବୋଝେଇ ଟ୍ରକ୍ ଦ୍ରୁତଗତିରେ ବସ୍କୁ ଧକ୍କା ଦେଇଥିଲା।
ଚାରି ଜଣ ପିଲାଙ୍କୁ କରାଯାଇଥିଲା ମୃତ ଘୋଷଣା ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ପୁଲିସ ପ୍ରଶାସନ ଏବଂ ୟୁପିଡିଏ ଦଳ ସହିତ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା।
ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ସମସ୍ତ ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ସରକାରୀ ମେଡିକାଲ କଲେଜ ତିରୱାରେ ଭର୍ତ୍ତି କରାଯାଇଥିଲା।
ତିରୱା ମେଡିକାଲ୍ କଲେଜର ଟ୍ରମା ସେଣ୍ଟରରେ ଚାରି ଜଣ ପିଲାଙ୍କୁ ମୃତ ଘୋଷଣା କରାଯାଇଥିଲା।
ସ୍କୁଲ୍ ପ୍ରିନ୍ସିପାଲ୍ ଏବଂ ଅନ୍ୟ ଜଣେ ପିଲା ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ କାନପୁରକୁ ରେଫର କରାଯାଇଛି।
ବଡ଼ ନିଷ୍ପତ୍ତି ନେଲେ କର୍ଣ୍ଣାଟକ ସରକାର ଘଟଣାର ଗମ୍ଭୀରତା ଦେଖି ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ ମୋହନ ଅଗ୍ନିହୋତ୍ରୀ ଏବଂ ପୁଲିସ ଅଧୀକ୍ଷକ ବିନୋଦ କୁମାର ମଧ୍ୟ ତୁରନ୍ତ ମେଡିକାଲ କଲେଜରେ ପହଞ୍ଚି ଆହତ ଛାତ୍ରମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇବା ପାଇଁ ଅଧିକାରୀମାନେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ ଅଧିକ୍ଷକ କହିଛନ୍ତି, ଦୁର୍ଘଟଣାର ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ଆରମ୍ଭ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
