Road Accident: ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ବଡ଼ ଦୁର୍ଘଟଣା! ଦୁଇ ବାଇକ୍ ଧକ୍କାରେ ୫ ମୃତ
ଉତ୍ତରପ୍ରଦେଶର ବଳରାମପୁରରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା।
ବୁଧବାର ବିଳମ୍ବିତ ରାତିରେ ଉତ୍ରୌଲା ଥାନା ଅଞ୍ଚଳର ଅକ୍ସୀବଡ଼ହରା ଗାଁ ନିକଟ ବଳରାମପୁର-ଉତ୍ରୌଲା ରାସ୍ତାରେ ଦୁଇଟି ମୋଟରସାଇକେଲ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି।
ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment ଉତ୍ତରପ୍ରଦେଶରେ ନଭେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଅକ୍ସୀବଡ଼ହରା ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ସହ କିଛି ପଥଚାରୀ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଗୁରୁତର ଆହତ ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ରେଫର୍ କରାଯାଇଛି।
ଘଟଣାସ୍ଥଳରୁ ମିଳିଲା ଦୁଇଟି ଭଙ୍ଗା ବାଇକ୍ ଓ ହେଲମେଟ୍ ବଳରାମପୁରର ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଦୁଇଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ମୋଟରସାଇକେଲ୍, ଦୁଇଟି ଭଙ୍ଗା ହେଲମେଟ୍ ଏବଂ ଗୋଟିଏ ମୃତ ଛେଳି ଜବତ କରାଯାଇଛି।
Advertisment ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧୀକ୍ଷକ ମାର୍ତଣ୍ଡ ପ୍ରକାଶ ସିଂହ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏଥିସହ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମୃତକଙ୍କ ମୃତଦେହକୁ ଆବଶ୍ୟକ ପ୍ରକ୍ରିୟା ପାଇଁ ପଠାଯାଇଛି।
ମୃତକ ଓ ଆହତଙ୍କ ପରିବାରକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।
ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା!
ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ଅଧୀକ୍ଷକ ମାର୍ତଣ୍ଡ ପ୍ରକାଶ ସିଂହ କହିଛନ୍ତି ଯେ, ରାତି ପ୍ରାୟ ୧୧ଟା ସମୟରେ ଉତ୍ରୌଲା ଥାନା ଅଞ୍ଚଳର ଅକ୍ସୀବଡ଼ହରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରାଥମିକ ତଦନ୍ତରୁ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।
ସମ୍ଭବତଃ ଜଣେ ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି।
ଏଥିରେ କୁହୁଡ଼ିର ମଧ୍ୟ ପ୍ରଭାବ ଥାଇପାରେ ବୋଲି ସେ କହିଛନ୍ତି।
ମୃତକମାନଙ୍କ ପରିଚୟ ମିଳିଛି।
ସେମାନେ ବଲହରା ଖୁର୍ଦ୍ଦ, ଛପରତଲୱା ଏବଂ ଚନ୍ଦାପୁର ଶ୍ରୀଦତ୍ତଗଞ୍ଜ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
