Road: କିମାଶ୍ଚର୍ଯ୍ୟମ୍‌: ୫୦ ବର୍ଷ ହେଲା ଖାଲଖମାମୁକ୍ତ ରାସ୍ତା

Sep 02, 2026 - 07:29
Road: କିମାଶ୍ଚର୍ଯ୍ୟମ୍‌: ୫୦ ବର୍ଷ ହେଲା ଖାଲଖମାମୁକ୍ତ ରାସ୍ତା

"ପୁଣେ ସହରର "ଜଙ୍ଗ୍‌ଲୀ ମହାରାଜା ରୋଡ୍‌" ବା ଜେଏମ୍‌ ରୋଡ୍‌ ବେଶ୍‌ ପ୍ରସିଦ୍ଧ।

ଏହାର ଦୁଇପାର୍ଶ୍ବରେ ଗତ ୫୦ ବର୍ଷ ଭିତରେ ଅନେକ ମଲ୍‌, ସୋ"ରୁମ୍‌ ଗଢ଼ିଉଠି ଏହାକୁ ସହରର ସବୁଠୁ ଜନାକୀର୍ଣ୍ଣ କରିଡର୍‌ରେ ପରିଣତ କରିଛି।

ଆଜି ଜେଏମ୍‌ ରୋଡ୍‌ରେ ଅନବରତ ଗାଡ଼ିମଟର ଆତଯାତ କରୁଛି, ପୁଣି ଉପରେ ଯାଇଛି ମେଟ୍ରୋ ଲାଇନ୍‌।

ଏତେ ସବୁ ପରିବର୍ତ୍ତନ ସତ୍ତ୍ବେ ଅପରିବର୍ତ୍ତିତ ରହିଛି ଜଙ୍ଗ୍‌ଲୀ ମହାରାଜା ରୋଡ୍‌ର ବିଶେଷତ୍ବ।

କ"ଣ ‌ଏଇ ବିଶେଷତ୍ବ?

ନିର୍ମାଣର ୫୦ ବର୍ଷ ପରେ ବି ଏହି ସଡ଼କରେ କେଉଁଠି ଟିକିଏ ଫାଟ ହୋଇନି କି ଗୋଟିଏ ହେଲେ ଖାଲ ସୃଷ୍ଟି ହୋଇନି।

Advertisment Education: ଇଗ୍ନୋରେ ନାମଲେଖା ସୁଯୋଗ; ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି ସଡ଼କ ନିର୍ମାଣର ଏଭଳି ଇଞ୍ଜିନିୟରିଙ୍ଗ୍‌ ଚମତ୍କାରିତା ପଛରେ ରହିଛି ଏକ ରୋଚକ କାହାଣୀ।

୧୯୭୦ ଦଶକ ପ୍ରାରମ୍ଭ ସମୟର କଥା।

୧୯୭୩ରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ପୁଣେ ସଡ଼କ ନ‌ଷ୍ଟ ହୋଇଗଲା।

ସେତେବେଳେ କର୍ପୋରେଟର୍‌ ଶ୍ରୀକାନ୍ତ ଶିରୋଲେ ଚିନ୍ତାକଲେ ଯେ ପ୍ରବଳ ବର୍ଷା ହେଉଥିଲେ ବି ମୁମ୍ବାଇର ସଡ଼କ ସବୁ ଏମିତି ନଷ୍ଟ ହେଉନି କାହିଁକି?

ପୁଣେ ନଗରୀର ଇଞ୍ଜିନିୟର୍‌ମାନେ କହିଲେ ଯେ ମୁମ୍ବାଇସ୍ଥିତ ପାର୍ସୀ ମାଲିକାନାରେ ଥିବା ରେକଣ୍ଡୋ କମ୍ପାନି ଅତ୍ୟାଧୁନିକ "ହଟ୍‌ ମିକ୍ସ" ଟେକ୍‌ନୋଲଜି ବଳରେ ଦୀର୍ଘସ୍ଥାୟୀ ସଡ଼କ ନିର୍ମାଣ କରୁଛି।

Horoscope 2026 September 02: ଜାଣନ୍ତୁ ଆଜିର ରାଶିଫଳ...

ଶିରୋଲେ ନିଜେ ଯାଇ ସେ କମ୍ପାନିର ମାଲିକଙ୍କୁ କୁହାବୋଲା କରି ଜେଏମ୍‌ ରୋଡ୍‌ ପ୍ରକଳ୍ପ ଦାୟିତ୍ବ ଦେଲେ।

ଏହି ୨.୩ କିଲୋମିଟର ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ହେଲା ୧୯୭୪ ମସିହାରେ।

ଲିଖିତ ଗ୍ୟାରେଣ୍ଟି ସହ ୧୯୭୬ ଜାନୁଆରିରେ ରେକଣ୍ଡୋ ପୁଣେ ମହାନଗର ନିଗମକୁ ଏହି ରାସ୍ତା ହସ୍ତାନ୍ତର କରିଥିଲା।

ଗ୍ୟାରେଣ୍ଟି କାଗଜରେ ଲେଖାଯାଇଥିଲା- ଦଶନ୍ଧି ଦଶନ୍ଧି ଧରି ଏ ସଡ଼କ ମରାମତି ଆବଶ୍ୟକ କରିବ ନାହିଁ।

ଯଦି ସେଭଳି ହୁଏ ପୁଣି ଥରେ ସମ୍ପୂର୍ଣ୍ଣ ରାସ୍ତା ମାଗଣାରେ ତିଆରି କରିଦେବୁ।

ପାଞ୍ଚ ଦଶନ୍ଧି ବିତିଯାଇଥିଲେ ବି ସେ ସଡ଼କ ଅଜରଅମର ହୋଇ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)