Indian Navy: ନୌସେନାର ଶକ୍ତି ବଢ଼ାଇବ ଭାରତ; ୪୦ ହଜାର କୋଟିରେ ନିର୍ମାଣ ହେବ ୮ ଅତ୍ୟାଧୁନିକ ଯୁଦ୍ଧଜାହାଜ

Oct 30, 2026 - 16:48
Indian Navy: ନୌସେନାର ଶକ୍ତି ବଢ଼ାଇବ ଭାରତ; ୪୦ ହଜାର କୋଟିରେ ନିର୍ମାଣ ହେବ ୮ ଅତ୍ୟାଧୁନିକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ଭାରତୀୟ ନୌସେନା ର ସାମରିକ ଶକ୍ତି ବଢ଼ାଇବା ସହ ସମୁଦ୍ର ସୀମାର ସୁରକ୍ଷାକୁ ଅଧିକ ମଜବୁତ କରିବା ଲାଗି କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

୪୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ୮ଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ନିର୍ମାଣ ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ମଞ୍ଜୁରି ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଏହି ନିଷ୍ପତ୍ତି ହୋଇଛି।

Advertisment ଏହି ୮ଟି ଯୁଦ୍ଧଜାହାଜ ମଧ୍ୟରୁ ୫ଟି କୋଲକାତାସ୍ଥିତ ଗାର୍ଡେନ୍ ରିଚ୍ ଜାହାଜ ନିର୍ମାଣ ସଂସ୍ଥା ଓ ୩ଟି ଗୋଆ ଜାହାଜ ନିର୍ମାଣ ସଂସ୍ଥା ତିଆରି କରିବ।

ଆସନ୍ତା କିଛି ଦିନ ମଧ୍ୟରେ ଏଥିପାଇଁ ଚୁକ୍ତି ସ୍ୱାକ୍ଷର ହେବାର ଆଶା ରହିଛି।

ପ୍ରତ୍ୟେକ ଯୁଦ୍ଧଜାହାଜର ଓଜନ ପ୍ରାୟ ୨ ହଜାର ଟନ୍ ହେବ।

ଏଗୁଡ଼ିକ ଘଣ୍ଟାପ୍ରତି ପ୍ରାୟ ୫୫ କିଲୋମିଟର ବେଗରେ ଗତି କରିପାରିବ।

ଶତ୍ରୁପକ୍ଷର ରାଡାର୍‌ରେ ସହଜରେ ଧରା ନପଡ଼ିବା ଭଳି ସ୍ୱତନ୍ତ୍ର ଢାଞ୍ଚାରେ ଏହା ନିର୍ମାଣ ହେବ।

ଶତ୍ରୁ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ଆକାଶମାର୍ଗରୁ ଆସୁଥିବା ଆକ୍ରମଣର ମୁକାବିଲା କରିବାରେ ଏହା ସକ୍ଷମ ହେବ।

ଏଥିସହ ସମୁଦ୍ରରେ ନଜର ରଖିବା, ଉପକୂଳ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହା ସହାୟକ ହେବ।

୨୦୩୦ ସୁଦ୍ଧା ମିଳିବ ପ୍ରଥମ ଜାହାଜ, କୋଲକାତା ଓ ଗୋଆରେ ହେବ ନିର୍ମାଣ ଏହି ଯୁଦ୍ଧଜାହାଜ ନିର୍ମାଣରେ ୭୦ ପ୍ରତିଶତରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର ହେବ।

ଫଳରେ ଦେଶର ଜାହାଜ ନିର୍ମାଣ ଶିଳ୍ପ ସହ ହଜାର ହଜାର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ।

୨୦୩୦ ସୁଦ୍ଧା ପ୍ରଥମ ଯୁଦ୍ଧଜାହାଜ ନୌସେନାକୁ ହସ୍ତାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି।

ଏହି ପଦକ୍ଷେପ ଭାରତ ମହାସାଗର ଅଞ୍ଚଳରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ।

ବାତ୍ୟା ଅର୍ଣ୍ଣବର ବର୍ଷା ବିତ୍ପାତ: ଗଞ୍ଜାମ ସର୍ବାଧିକ ପ୍ରଭାବିତ, ୪୩ ହଜାର ପ୍ରଭାବିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)