Rising oil prices: ମୁଣ୍ଡବ୍ୟଥା ବଢ଼ାଇବ ତୈଳଦର: ସାର ସବ୍‌ସିଡି ବ୍ୟୟଭାର ବଢ଼ିବ, ଅଭିବୃଦ୍ଧି କମିବ, ଦରଦାମ୍‌ ବଢ଼ିବ

Oct 26, 2026 - 07:35
Rising oil prices: ମୁଣ୍ଡବ୍ୟଥା ବଢ଼ାଇବ ତୈଳଦର: ସାର ସବ୍‌ସିଡି ବ୍ୟୟଭାର ବଢ଼ିବ, ଅଭିବୃଦ୍ଧି କମିବ, ଦରଦାମ୍‌ ବଢ଼ିବ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ପ୍ରଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌କୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏହା ଭାରତୀୟ ଅର୍ଥନୀତି ପ୍ରତି ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଦେଶର ସାର ସବ୍‌ସିଡି ବ୍ୟୟଭାର ବୃଦ୍ଧି ପାଇବାକୁ ଯାଉଛି।

ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ସାର ସବ୍‌ସିଡି ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଥିଲା।

କିନ୍ତୁ ବର୍ଷର ପ୍ରଥମ ୫ ମାସ‌ରେ ସେଥିରୁ ସିଂହଭାଗ ଅର୍ଥାତ ୧.୦୩ ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇସାରିଛି।

ତେଣୁ ବର୍ଷ ସାରାରେ ସାର୍‌ ସବ୍‌ସିଡି ବ୍ୟୟ ୩-୩.୫ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଏଲ୍‌ପିଜି ସିଲିଣ୍ଡର ଉପରେ ତୈଳ କମ୍ପାନିଗୁଡ଼ିକ ଏବେବି ୩୨୭ ଟଙ୍କାର କ୍ଷତି ସହୁଛନ୍ତି।

ତାହା ମଧ୍ୟ ଅନ୍ୟତମ ଚିନ୍ତାର କାରଣ ହୋଇଛି।

ଇୱାଇ ଇଣ୍ଡିଆର ନୀତି ପରାମର୍ଶ ମୁଖ୍ୟ ଡି କେ ଶ୍ରୀବାସ୍ତବ କହିଛନ୍ତି, ତୈଳ ଦର ଉଚ୍ଚା ରହିଥିବାରୁ ତାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଉପରେ ଚାପ ସୃଷ୍ଟି କରିବ।

ଜିଡିପି ଅଭିବୃଦ୍ଧି ୭ ପ୍ରତିଶତକୁ ଖସିବା ଓ ମୁଦ୍ରାସ୍ଫତି ୫.୭ ପ୍ରତିଶତକୁ ବଢ଼ିବା ଆଶଙ୍କା ରହିଛି।

ଇନଷ୍ଟିଚ୍ୟୁଟ୍‌ ଫର୍‌ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ର ଅର୍ଥନୀତି ପ୍ରଫେସର ସୁନିଲ କୁମାର ସିହ୍ନା କହିଛନ୍ତି ଯେ ସାର ସବ୍‌ସିଡିରେ ବୃଦ୍ଧି ହେଲେ ତାହାର ପ୍ରଭାବରେ ଦେଶର ବିତ୍ତୀୟ ନିଅଣ୍ଟରେ ୦.୪-୦.୫% ବୃଦ୍ଧି ହେବ।

Advertisment Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣା ଅର୍ଥନୀତିକୁ ପ୍ରଭାବିକ କରିବା ଆଶଙ୍କା ରହିଥିଲେ ମଧ୍ୟ ଦେଶ ଭିତରେ ଏଭଳି କିଛି ଘଟଣା ଘଟୁଛି ଯାହା ‌ସେହି ପ୍ରଭାବକୁ ଅନେକାଂଶରେ ମୁକାବିଲା କରିବାର ଶକ୍ତି ରଖିଛି।

ପ୍ରଥମଟି ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବା ଆଶା କରାଯାଉଛି।

ଦ୍ବିତୀୟ ବିଷୟଟି ହେଉଛି ଟିକସ ରାଜସ୍ବରେ ଉତ୍ସାହଜନକ ବୃଦ୍ଧି।

ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସମ୍ପତ୍ତି ବିକ୍ରିରୁ ମଧ୍ୟ ଭଲ ରୋଜଗାର ହେଉଛି।

ଆର୍ଥିକ ସ୍ତରରେ ମିଳିବାକୁ ଥିବା ଏହି ବଳ ବାହ୍ୟ ଚାପର ମୁକାବିଲା କରିବାରେ ସରକାରଙ୍କୁ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ତର୍ଜାତୀୟ ଘଟଣା ସମ୍ପର୍କିତ ଚାପର ମୁକାବିଲା ଲାଗି କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ସ୍ଥିରତା ପାଣ୍ଠି ଗଠନ କରିଛନ୍ତି।

ତାହା ମଧ୍ୟ ଅର୍ଥନୀତିର ସ୍ଥିତିକୁ ଦୃଢ଼ ରଖିବାରେ ବ୍ୟବହାର କରାଯାଇପାରିବ।

S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର ଇଣ୍ଡିଆ ରେଟିଂସ୍‌ ଆଣ୍ଡ୍‌ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ଡି କେ ପନ୍ତ କହିଛନ୍ତି, ତୈଳ ଦରରେ ହୋଇଥିବା ବୃଦ୍ଧି ଯୋଗୁଁ ପେଟ୍ରୋଲ, ଡିଜେଲ୍‌ ଓ ଏଲ୍‌ପିଜି ଉପରେ ତୈଳ କମ୍ପାନିଗୁଡ଼ିକ ସହୁଥିବା କ୍ଷତିକୁ ଆହୁରି ବଢ଼ାଇବ।

ସାର୍‌ ସବ୍‌ସିଡି ବାବଦରେ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

କିନ୍ତୁ ଅଣଟିକସ ରାଜସ୍ବକୁ ଟିକସ ରାଜସ୍ବ ସଂଗ୍ରହ ଅତିକ୍ରମ କରିସାରିଥିବାରୁ ଏବଂ ପୁଞ୍ଜି ପ୍ରତ୍ୟାହାରରୁ ମୋଟା ଅଙ୍କର ‌ଆୟ ସମ୍ଭାବନା ଥିବାରୁ ଆର୍ଥିକ ପରିଚାଳନା ସାମାନ୍ୟ ସହଜ ହୋଇପାରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)