Machado returns to Venezuela: ଦେଶକୁ ଫେରିଲେ ନୋବେଲ ବିଜୟିନୀ ମଚାଡୋ! ମାଦୁରୋଙ୍କ ପରେ ଭେନେଜୁଏଲାରେ ବଢ଼ିବ କି ରାଜନୈତିକ ଲଢ଼େଇ?
ନୂଆଦିଲ୍ଲୀ: ପ୍ରାୟ ବର୍ଷେ ପରେ ନିଜ ମାଟିକୁ ଫେରିଲେ ଭେନେଜୁଏଲାର ଲୋକପ୍ରିୟ ବିରୋଧୀ ନେତ୍ରୀ ମାରିଆ କୋରିନା ମଚାଡୋ।
ନିର୍ବାସନରେ ରହିବା ପରେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ଦେଶର ରାଜନୀତିକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।
ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଚାଡୋଙ୍କ ଫେରିବା ପରେ ଭେନେଜୁଏଲାରେ ରାଜନୈତିକ ସମୀକରଣ କେଉଁ ମୋଡ଼ ନେବ , ତାକୁ ନେଇ ଉତ୍ସୁକତା ବଢ଼ିଛି।
ଭେନେଜୁଏଲାରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ଓ ନିର୍ବାଚନ ଦାବିକୁ ନେଇ ଦୀର୍ଘଦିନ ଧରି ସ୍ୱର ଉଠାଇ ଆସୁଛନ୍ତି ମଚାଡୋ।
ଗତବର୍ଷ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିବା ପାଇଁ ସେ ଦେଶ ଛାଡ଼ିଥିଲେ।
ଏହାପରେ ତାଙ୍କ ଫେରିବାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।
ଶେଷରେ ପ୍ରାୟ ଏକ ବର୍ଷ ପରେ ତାଙ୍କର ପ୍ରତ୍ୟାବର୍ତ୍ତନ ଭେନେଜୁଏଲାର ରାଜନୀତିରେ ଏକ ନୂଆ ଅଧ୍ୟାୟର ସଙ୍କେତ ଦେଇଛି।
Advertisment Venezuela Politics: ଭେନେଜୁଏଲାରେ ରାଜନୈତିକ ଆଲୋଚନା ପାଇଁ ଜେଲ୍ରୁ ପୂର୍ଣ୍ଣ ସମର୍ଥନ ପ୍ରକାଶ କଲେ ମାଦୁରୋ ମାଦୁରୋଙ୍କ ପରେ ବଦଳିଲା ରାଜନୈତିକ ପରିସ୍ଥିତି ଭେନେଜୁଏଲାର ରାଜନୀତିରେ ଆମେରିକାର ଭୂମିକାକୁ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି।
ନିକୋଲାସ ମାଦୁରୋଙ୍କୁ କାରାକାସରୁ ଧରାଯିବା ପରେ ଡେଲସି ରୋଡ୍ରିଗେଜ୍ ରାଷ୍ଟ୍ରପତି ପଦରେ ନିଯୁକ୍ତ ହୋଇଥିବା ନେଇ ଦିଆଯାଇଥିବା ରିପୋର୍ଟ ରାଜନୈତିକ ପରିସ୍ଥିତିକୁ ଆହୁରି ଜଟିଳ କରିଛି।
ମାଦୁରୋଙ୍କ ଶାସନ ବିରୋଧରେ ଲଢ଼େଇ କରୁଥିବା ମଚାଡୋଙ୍କ ସହ ଟ୍ରମ୍ପ ପ୍ରଶାସନର ସମ୍ପର୍କକୁ ନେଇ ମଧ୍ୟ ତିକ୍ତତା ବଢ଼ିଥିବା କୁହାଯାଉଛି।
' ମୁଁ ଫେରିବି ' କହିଥିଲେ , ଏବେ ଫେରିଲେ ନିଜ ଦେଶକୁ ଫେରି ନିର୍ବାଚନ ପାଇଁ ଚାପ ସୃଷ୍ଟି କରିବେ ବୋଲି ମଚାଡୋ ବାରମ୍ବାର କହିଆସୁଥିଲେ।
ନିକଟରେ ' ନ୍ୟୁୟର୍କ ଟାଇମ୍ସ ' କୁ ଦେଇଥିବା ସାକ୍ଷାତକାରରେ ତାଙ୍କ ଘରବାହୁଡ଼ା ଆଶାଠାରୁ ଶୀଘ୍ର ହେବ ବୋଲି ସଙ୍କେତ ଦେଇଥିଲେ।
ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ' ଏକ୍ସ ' ରେ ସେ ଲେଖିଥିଲେ , “ ମୁଁ ଏଠାରେ ଅଛି।
ଆପଣ ସମସ୍ତଙ୍କ ସହ। ” ତାଙ୍କ ଦଳ ମଧ୍ୟ ଲାରା ରାଜ୍ୟର ଏକ ଚର୍ଚ୍ଚରେ ତାଙ୍କ ଫଟୋ ସେୟାର କରିଥିଲା।
ଏବେ ସମସ୍ତଙ୍କ ନଜର ମଚାଡୋଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
ତାଙ୍କ ପ୍ରତ୍ୟାବର୍ତ୍ତନ ଭେନେଜୁଏଲାରେ ଗଣତାନ୍ତ୍ରିକ ପରିବର୍ତ୍ତନର ଲଢ଼େଇକୁ ନୂଆ ଗତି ଦେବ କି , ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
