Winter: କୋଇଡ଼ା ଖଣି ଅଞ୍ଚଳରେ ଶୀତର ଆଗମନ: ପାରଦ ୧୫ ଡିଗ୍ରୀ ତଳକୁ, ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମରେ ମାତିଲେଣି ଲୋକେ

Oct 26, 2026 - 10:12
Winter: କୋଇଡ଼ା ଖଣି ଅଞ୍ଚଳରେ ଶୀତର ଆଗମନ: ପାରଦ ୧୫ ଡିଗ୍ରୀ ତଳକୁ, ପ୍ରାତଃ ଭ୍ରମଣ ସାଙ୍ଗକୁ ବ୍ୟାୟାମରେ ମାତିଲେଣି ଲୋକେ

କୋଇଡ଼ା: କୋଇଡ଼ା ଖଣି ଅଞ୍ଚଳ କୋଇଡ଼ାରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ ର ପ୍ରକୋପ।

ସକାଳ ଓ ସନ୍ଧ୍ୟାରେ ଥଣ୍ଡାର ଅନୁଭୂତି ବଢ଼ିବା ସହ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଥିବାରୁ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଜୀବନରେ ଶୀତର ପ୍ରଭାବ ଦେଖିବାକୁ ମିଳିଲାଣି।

ପାର୍ବଣ ଋତୁ ସାଙ୍ଗକୁ କାର୍ତ୍ତିକ ମାସର ଆଗମନ ଶୀତର ଅନୁଭୂତିକୁ ଆହୁରି ବଢ଼ାଇ ଦେଇଛି।

Advertisment ପ୍ରାତଃ ଭ୍ରମଣ ସହ ନିୟମିତ ବ୍ୟାୟାମକୁ ଗୁରୁତ୍ୱ ଦେଉଛନ୍ତି ଶୀତର ଆଗମନ ସହ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସ୍ଥାନୀୟ ବାସିନ୍ଦା ଏବେ ପ୍ରାତଃ ଭ୍ରମଣ ସହ ନିୟମିତ ବ୍ୟାୟାମକୁ ଗୁରୁତ୍ୱ ଦେଉଛନ୍ତି।

ସକାଳୁ ସକାଳୁ ରାସ୍ତାକଡ଼ରେ ଚାଲିବା, ଦୌଡ଼ିବା ଓ ବିଭିନ୍ନ ପ୍ରକାର ବ୍ୟାୟାମ କରିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନ ଲୋକଙ୍କ ପାଇଁ ଶୀତ ସକାଳ ଏବେ ବ୍ୟାୟାମର ଅନୁକୂଳ ସମୟ ପାଲଟିଛି।

ଅନ୍ୟପଟେ ଥଣ୍ଡା ବଢ଼ିବା ସହ ଚା' ଦୋକାନଗୁଡ଼ିକରେ ମଧ୍ୟ ଭିଡ଼ ଜମିବା ଆରମ୍ଭ ହୋଇଛି।

ସକାଳୁ ଗରମ ଚା'ର ଚୁସ୍କି ସାଙ୍ଗକୁ ସାଙ୍ଗସାଥୀଙ୍କ ଗପସପ ଚା' ଦୋକାନଗୁଡ଼ିକୁ ଚଳଚଞ୍ଚଳ କରିଦେଇଛି।

ଆଗକୁ ଶୀତର ପ୍ରକୋପ ବଢ଼ିବା ସହ କୋଇଡ଼ା ଅଞ୍ଚଳର ଜନଜୀବନରେ ଏହାର ପ୍ରଭାବ ଆହୁରି ସ୍ପଷ୍ଟ ହେବାର ସମ୍ଭାବନା ରହିଛି।

Chhatar Yatra: ମା' ସୁନାଦେଇଙ୍କ ଛତର ଯାତ୍ରାକୁ ନେଇ ଚଳଚଞ୍ଚଳ ସୁନାବେଡ଼ା ଅଭୟାରଣ୍ୟ, ହଜାର ହଜାର ଭକ୍ତଙ୍କ ସମାଗମ ଆଶା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)